ଓଦା ଆବର୍ଜନାରୁ ମିଥେନ୍ ଗ୍ୟାସ ଉତ୍ପନ୍ନ କରିବ ସିଏମସି, ସ୍ୱାକ୍ଷରିତ ହେଲା ଏମଓୟୁ

କଟକ, (ୱାଇଏନଏସ): ଓଦା ଆବର୍ଜନାରୁ ମିଥେନ୍ ଗ୍ୟାସ୍ ଉତ୍ପନ୍ନ କରିବ ସିଏମ୍‌ସି । ସିଏମସି ଦ୍ୱାରା ଓଦା ଆବର୍ଜନା ଗୁଡ଼ିକ ଏଣିକି ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର ନଯାଇ, କମ୍ରେସ୍‌ଡ ବାୟୋ ଗ୍ୟାସ୍ ପ୍ଲାଣ୍ଟକୁ ପଠାଯିବ । ଏହି ଠାରେ ଓଦା ଆବର୍ଜନାକୁ ନଷ୍ଟ କରାଯାଇ ମିଥେନ୍ ଗ୍ୟାସ୍ ଉତ୍ପନ କରାଯିବ । ଯାହାକି ସାଧାରଣ ଲୋକଙ୍କ ବ୍ୟବହାର ଉପ‌ଯୋଗୀ ହୋଇପାରିବ । ଏନେଇ ଆଜି ଅଏଲ୍‌ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କମ୍ପାନୀ ସହ ୨୫ ବର୍ଷ ପାଇଁ ଚୁକ୍ତି ସ୍ବାକ୍ଷର କରିଛି ସିଏମ୍‌ସି । କଟକରେ ବର୍ଜ୍ୟବସ୍ତୁ ପରିଚାଳନାରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ବାୟୋ ଗ୍ୟାସ ପ୍ରସ୍ତୁତ କରିଵା ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଆଜି କଟକ ମହାନଗର ନିଗମ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି । ନଗର ଉନ୍ନୟନ ମନ୍ତ୍ରୀଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହି ବାୟୋ ଗ୍ୟାସ ଜାଳେଣି ଭାବେ ଵ୍ୟଵହାର କରିବାକୁ ଲୋକଙ୍କୁ ଵିତରଣ କରାଯିଵ । ଏହା ସହ ସହରରେ ବର୍ଜ୍ୟବସ୍ତୁ ଡମ୍ପିଂ ସମସ୍ୟା ମଧ୍ୟ ଦୂର ହୋଇପାରିଵ ଏବଂ କଟକ ସହରର ଵର୍ଜ୍ୟଵସ୍ତୁରୁ ବାୟୋ ଗ୍ୟାସ ତିଆରି ହେଵ । ଏହି ଵାୟୋ ଗ୍ୟାସ ତିଆରି ପାଇଁ ଆଜି କଟକ ମହାନଗର ନିଗମ ଓ ଅଏଲ ଇଣ୍ଡିଆ ଲିମିଟେଡ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଜଗତପୁରରେ ଅଏଲ ଇଣ୍ଡିଆ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ଏହି ଵାୟୋ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିଵ । ଦୈନିକ ଏହି ଵାୟୋ ଗ୍ୟାସ ପ୍ଲାଣ୍ଟରେ ୨ ଶହ ଟନ ଆବର୍ଜନା ପ୍ରକ୍ରିୟାକରଣ କରାଯାଇ ସେଥିରୁ ଵାୟୋ ଗ୍ୟାସ ପ୍ରସ୍ତୁତ କରାଯିଵାର ଯୋଜନା ରହିଛି । ଆସନ୍ତା ବର୍ଷେ ମଧ୍ୟରେ ଏହି ପ୍ଲାଣ୍ଟ ଵାୟୋ ଗ୍ୟାସ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିଵ । ଏଭଳି କମ୍ପ୍ରେସଡ୍ ଵାୟୋ ଗ୍ୟାସ ପ୍ଲାଣ୍ଟ ଯୋଜନା ସହରରେ ଵର୍ଜ୍ୟଵସ୍ତୁ ଗଦା ହୋଇ ରହିଵା ସମସ୍ୟା ଦୂର ହୋଇପାରିବ । ସହର ଭିତରେ ଵର୍ଜ୍ୟଵସ୍ତୁ ଗଦା କରିଵା ପାଇଁ ଵଡ ଵଡ ଡମ୍ପିଂ ୟାର୍ଡ ରଖିଵା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ଯୋଗୁଁ ସୃଷ୍ଟି ହେଉଥିବା ଦୁର୍ଗନ୍ଧମୟ ପରିଵେଶରୁ ସହରବାସୀ ମୁକ୍ତି ପାଇବେ । ରାଜ୍ୟର ଅନ୍ୟ ସହର ଗୁଡିକରେ ମଧ୍ୟ ଅନୁରୂପ ଵାୟୋ ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିଵା ପାଇଁ ଯୋଜନା ‌ହେଵ ଵୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ବାକି ସହର ଗୁଡିକରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ‘କଟକ ସହର ପାଇଁ ଏହା ବହୁତ ଉପଯୋଗୀ ହେବ । ଓଦା ଆର୍ବଜନା ଯେଉଁ ବାହାରୁଛି ତାହାକୁ ନେଇ କମ୍ପୋଷ୍ଟ କରି ବାୟୋଗ୍ୟାସ ବାହାର କରାଯିବ । ଯେଉଁ ଗ୍ୟାସ ରୋଷେଇ ଓ ଅନ୍ୟାନ୍ୟ କାର୍ଯ୍ୟରେ ଉପଯୋଗୀ ହୋଇପାରିବ । ପ୍ରତ୍ୟେକ ଦିନ ୫ ଟନ ଗ୍ୟାସ ବାହାର କରାଯିବ । ଯାହା ଆମ ପାଇଁ ବେଶ ଉପଯୋଗୀ ହେବ । ଯେଉଁ ପରି ଭାବେ ପରିବେଶ ନଷ୍ଟ ହେବାକୁ ତାହାକୁ ରୋକିବାରେ ସହାୟକ ହେବ । ଭୁବନେଶ୍ବରରେ ଏମଓୟୁ କରିସାରିଛୁ । ଭୁବନେଶ୍ବରରେ ଜାଗା ଅଧିଗ୍ରହଣ ହୋଇସାରିଛି । କାମ ମଧ୍ୟ ଆରମ୍ଭ ହୋଇଯାଇଛି । କଟକରେ ମଧ୍ୟ ୧୧ ଏକର ୮ ଡେସିମିଲ ଜାଗା ଉପରେ ଏହା ନିର୍ମାଣ ହେବ । ଏହା ମଧ୍ୟ ଉପଯୋଗୀ ହେବ । ଏହା ଉପରେ ଆହୁରି ୫ଟି ସହରରେ କରିବୁ । କାର୍ଯ୍ୟ ପଦ୍ଧତି ଖୁବଶୀଘ୍ର ଆରମ୍ଭ ହେବ । ଆମେ ତୁରନ୍ତ ଜାଗା ହସ୍ତାନ୍ତର କରିବୁ । ଏହା ପରେ ଇଣ୍ଡିଆନ ଅଏଲ କାମ ଆରମ୍ଭ କରିବ । ଏନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି, ‘ଏହା 200 ଟିପିଡିର କରାଯାଉଛି । ଅଳିଆ ଆବର୍ଜନା ଯାହା ଘରକୁ ଘର ସଂଗ୍ରହ କରାଯାଉଛି । ତାହା ଏମସିସିକୁ ଯାଉଛି । ସେଠାରେ ଓଦା ଅଳିଆରୁ ଅଲଗା କରାଯାଉଛି ଶୁଖିଲା ଅଳିଆକୁ । ଏମାନେ ଓଦା ଅଳିଆ ନେବେ । ଏମାନେ ମେକାନିକାଲ ପ୍ଲାଣ୍ଟ ସ୍ଥାପନ କରି ଏଥିରୁ ଗ୍ୟାସ ବାହାର କରିବେ । ବଳକା ଯାହା ରହିବ ସେଥିରୁ ଖତ ରହିଯିବ । ୨୫ ବର୍ଷ ପାଇଁ ଏହି ଏମଓୟୁ କରାଯାଉଛି । ସେତେବେଳକୁ ମ୍ୟୁନିସିପାଲଟି ଶିଖି ଯାଇଥିବ । ସେମାନେ କରିପାରିବେ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ