ଖେତୁଆଳି ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା
ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ଖେତୁଆଳି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳିଯାଇଛି। ଗ୍ରାମର ପିତବାସ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କି ଫାଟିଯିବାରୁ ଲୋକମାନେ ନିଆଁ ପାଖକୁ ଯିବାକୁ ସାହସ କରି ନଥିଲେ। ବହୁ ବିଳମ୍ବରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲା। ସେତେବେଳକୁ ତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇଥିବା ସୂଚନା ମିଳିଛି।


