ଯୁକ୍ତ ୨ ପରୀକ୍ଷା ଫଳ: ପ୍ରଭାଞ୍ଜନ ପଣ୍ଡା ଓ ବିଶ୍ୱଜିତ ଦଳେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ଟପ୍ପର

ଗୁଣପୁର,(ୱାଇଏନଏସ): ଓଡିଶା ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରକାଶିତ ଯୁକ୍ତ-୨ ପରୀକ୍ଷା ଫଳାରେ ଗୁଣପୁର ମହର୍ଷି ଗୁରୁକୂଳ କଲେଜର ଛାତ୍ରଛାତ୍ରୀମାନେ ସବୁ ଥର ଭଳି ଏଥର ମଧ୍ୟ ଅଭୂତ ସଫଳତା ହାସଲ କରିଛନ୍ତି। କଲେଜର +୨ ବିଜ୍ଞାନ ବିଭାଗରେ ଜିଲ୍ଲାର ଟପ୍-୧୦ ଜଣଙ୍କ ମଧ୍ୟରୁ ୮ଟି ସ୍ଥାନ ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟଯେ ବିଜ୍ଞାନ ବିଭାଗରେ ଅନୁଷ୍ଠାନର ମୋଟ ୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ସେଥିରୁ ୧୯ ଜଣ ୯୦% ରୁ ଅଧିକ ନମ୍ବର ରଖି ଅନୁଷ୍ଠାନର ସୁନାମ ବୃଦ୍ଧି କରିଛନ୍ତି।
ଏଥିରେ ପ୍ରଭାଞ୍ଜନ ପଣ୍ଡା ଓ ବିଶ୍ୱଜିତ ଦଳେଇ ଉଭୟ ୫୭୭ (୯୬.୧୬%) ନମ୍ବର ରଖି ଜିଲ୍ଲାର ପ୍ରଥମ ଦୁଇଟି ସ୍ଥାନ ଅଧିକାର କରି ଅଭିବକ୍ତ କୋରାପୁଟ ଜିଲ୍ଲାର ଟପ୍ପର ହୋଇଛନ୍ତି। ସେହିପରି ଶୁଭଶ୍ରୀ ଚୌଧୁରୀ ୫୭୪ (୯୫.୬%), ଏମ. ଭାବିସ୍ୟା ୫୭୩ (୯୫.୫୦%), ରମ୍ୟ ରଞ୍ଜନ ସାହୁ ୫୬୮, ସୁମିତ ପଣ୍ଡା ୫୬୫, ଅଶ୍ୱିନୀ କଦମ୍ବଲା ୫୬୨, ରାଧାମାଧବ ସାହୁ ୫୬୦, ରାକେଶ କୁମାର ଚୌଧୁରୀ ୫୫୯, ଦିବ୍ୟାଦର୍ଶିନୀ ନାୟକ ୫୫୪, ଅପରାଜିତା ଦୋରା ୫୫୩, ଭୀଷ୍ମଦେବ ଚିଛୁଆଁ ୫୫୨, ସୀମାଦ୍ରୀ ମୋକ୍ଷିତା ୫୪୯, ଅଲକା ମନସା ୫୪୮, ସାଇଶ୍ରୀ ସନ୍ତୋଷ ମିଶ୍ର ୫୪୪, ଜ୍ୟୋତିରଞ୍ଜନ ଦୋରା ୫୪୩, ପ୍ରିତିଶ ଦାଶ ୫୪୩, ବେଲନା ଜସ୍ମିତା ୫୪୨ ଏବଂ ପାୟଲ ବେହେରା ୫୪୨ ନମ୍ବର ରଖି ଅନୁଷ୍ଠାନର ଗୌରବ ବଢ଼ାଇଛନ୍ତି। ଅପର ପକ୍ଷରେ ୬୮ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ନମ୍ବର ରଖିଥିବା ବେଳେ ୧୦୦ ଜଣ ୮୦% ରୁ ଅଧିକ ନମ୍ବର ହାସଲ କରିଛନ୍ତି। ବିଜ୍ଞାନ ବିଭାଗରେ ୨୭୫ ଜଣ ପ୍ରଥମ ଶ୍ରେଣୀରେ, ୩୮ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ବାଣିଜ୍ୟ ବିଭାଗରେ ମଧ୍ୟ ଅନୁଷ୍ଠାନ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଛାତ୍ର ସ୍ୱାଧୀନ ପଟନାୟକ ୫୭୦/୬୦୦ (୯୫%) ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟ ବିଭାଗର ୨୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩ ଜଣ ୯୦% ରୁ ଅଧିକ ନମ୍ବର ରଖିଛନ୍ତି। ୧୭ ଜଣ ପ୍ରଥମ ଶ୍ରେଣୀରେ, ୨ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ଅନୁଷ୍ଠାନର ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦେଶକ ଲୋକନାଥ ମିଶ୍ର, ସହ ଉପାଧ୍ୟକ୍ଷା ପୁଷ୍ପା ଶତପଥି,ଡିନ ପ୍ରିୟବ୍ରତ ବିଷୋୟୀ, ପ୍ରିନ୍ସିପାଲ ରାମ ରଥ, ଭାଇସ ପ୍ରିନ୍ସପାଲ ରାମ ଚନ୍ଦ୍ର ମିଶ୍ର ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା କୃତୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ