ସାମାଜିକ ବାସନ୍ଦ ଘଟଣାରେ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍

ଗୁଣପୁର,(ୱାଇ ଏନ ଏସ): ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଅନ୍ୟ ଜାତିରେ ବିବାହକୁ ନେଇ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ଅତ୍ଯନ୍ତ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ କମିଶନ ଓଡ଼ିଶାର ମୁଖ୍ୟ ଶାସନ ସଚି ସଚିବ ରାୟଗଡ଼ା ଜିଲ୍ଲାପାଳଙ୍କୁ ଆସନ୍ତା ୧୫ ଦିନ ମଧ୍ୟରେ ଜବାବ ଦେବାକୁ ନୋଟିସ୍ ଜାରି କରିଛନ୍ତି। ଘଟଣାର ସବିଶେଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ବରସ୍ଥିତ ‘ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ’ର ଅଧ୍ୟକ୍ଷ ମନୋଜ ଜେନାଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଅନଲାଇନ ଅଭିଯୋଗ (କେସ୍ ନମ୍ବର: ୪୩୮/୧୮/୩୨/୨୦୨୬) ଆଧାରରେ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ପଦ୍ମପୁର ଅଞ୍ଚଳର ୮ଟି ପରିବାରର ପିଲାମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ, ସ୍ଥାନୀୟ ‘ତୈଳିକ’ ସମ୍ପ୍ରଦାୟର କିଛି ବ୍ୟକ୍ତି ସେହି ପରିବାର ଗୁଡ଼ିକୁ ସାମାଜିକ ସ୍ତରରେ ବାସନ୍ଦ କରିଛନ୍ତି। ଏହି ଅମାନୁଷିକ ପ୍ରଥା ବିରୋଧରେ ଅଭିଯୋଗକାରୀ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ | ମାମଲାର ଅନୁଧ୍ୟାନ କରି କମିଶନ ସ୍ପଷ୍ଟ କରିଛନ୍ତି ଯେ, କେବଳ ଆନ୍ତଃଜାତି ବିବାହ କାରଣରୁ ପରିବାରକୁ କରିବା ସାମାଜିକ ବାସନ୍ଦ (ସମାନତା ଅଧିକାର) ର ସ୍ପଷ୍ଟ ଅଟେ । ଏଭଳି ବାସନ୍ଦ ସାଧାରଣ ନାଗରିକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାରରୁ ବଞ୍ଚିତ କରିଥାଏ, ଯାହା ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରଦତ୍ତ ଏକ ମୌଳିକ ଅଧିକାର । ଏହି ସାମାଜିକ କୁପ୍ରଥା ବିରୋଧରେ ଓଡ଼ିଶା ପ୍ରଶାସନକୁ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ମାନବାଧିକାର କମିଶନଙ୍କ ଏହି କଠୋର ଆଭିମୁଖ୍ୟ ପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ