ମାଟ୍ରିକ ପରୀକ୍ଷାଫଳ: ଦେବଦର୍ଶୀ ମଣ୍ଡଳ ଜିଲ୍ଲା ଟପ୍ପର

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାସହାର ୯୫.୯୭ ପ୍ରତିଶତ ହୋଇଥିବା ଜଣାପଡିଛି। ଦେବଦର୍ଶୀ ମଣ୍ଡଳ ଜିଲ୍ଲା ଟପ୍ପର ହୋଇଛନ୍ତି। ଜିଲ୍ଲାର ମୋଟ ୩୪୭ଟି ସ୍କୁଲର ୧୯ ହଜାର ୨୨୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୧୮ହଜାର ୯୬୮ଜଣ ପରୀକ୍ଷା ଦେଇଥିଲେ। ୨୬୦ଜଣ ଅନୁପସ୍ଥିତ ଥିବା ବେଳେ ୧୮ହଜାର ୨୦୩ଜଣ ପାସ କରିଥିବା ଜଣାପଡିଛି। ୮୯୮୦ଜଣ ଛାତ୍ର ପାସ ହୋଇଥିବା ବେଳେ ୯୨୨୩ଜଣ ଛାତ୍ରୀ ପାସ ହୋଇଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ଗ୍ରେଡରେ ୫୩ଜଣ, ଏ-୨ଗ୍ରେଡରେ ୪୭୭, ବି-୧ଗ୍ରେଡରେ ୧୪୨୯, ବି-୨ ଗ୍ରେଡରେ ୨୯୨୮, ସି- ଗ୍ରେଡରେ ୪୩୭୪, ଡି- ଗ୍ରେଡରେ ୫୨୨୦ ଓ ଇ-ଗ୍ରେଡରେ ୩୭୨୨ଜଣ ପାସ କରିଛନ୍ତି। ୭୬୫ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ୧୧୮ଟି ସ୍କୁଲରେ ଶତ ପ୍ରତିଶତ ପାସହାର ରହିଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଠାରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ