ଛାତ ଉପରୁ ସୋଲାର ପ୍ୟାନେଲ ଚୋରିକୁ ନେଇ ସରପଂଚଙ୍କ ଥାନାରେ ଅଭିଯୋଗ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ଗ୍ରାମପଂଚାୟତ କାର୍ଯ୍ୟାଳୟର ଛାତ ଉପରୁ ସୋଲାର ପ୍ୟାନେଲ ଚୋରି ହୋଇଥିବା ନେଇ ସରପଂଚ ସନ୍ଧ୍ୟାରାଣୀ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତବାକ ପଂଚାୟତ କାର୍ଯ୍ୟାଳୟକୁ ଲାଗି ରାଜିବ ଗାନ୍ଧୀ ସେବା କେନ୍ଦ୍ର ରହିଛି। ଏହି ସେବା କେନ୍ଦ୍ରର ଛାତ୍ର ଉପରେ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତ ଉତ୍ପାଦନକାରୀ ସୋଲାର ପ୍ୟାନେଲ ଲଗାଯାଇଥିଲା। ହେଲେ କେହି ଦୁର୍ବୁତ ଲଗାଯାଇଥିବା ସୋଲାର ପ୍ୟାନେଲକୁ ଚୋରି କରି ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ତଦନ୍ତଜାରୀ ରହିଥିବା ଥାନାଧିକାରୀ ପ୍ରଦିପ୍ତ କାନୁନଗୋ କହିଛନ୍ତି।