ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଶୋକସଭା
ଶେରଗଡ (ଅନୀଲ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ର ଅନ୍ୟତମ ସର୍ବ ବୃହତ ବଣିକ ସଂଘ ଶେରଗଡ ଶାଖା ର ପୂର୍ବତନ ସଭାପତି ତଥା ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସମାଜସେବୀ ବି.ଚେଈନ ପାତ୍ରଙ୍କ (74) ବର୍ଷ ବୟସରେ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଈଥିବା ଲକ୍ଷ୍ୟ କରାଯାଇଛି। କଳିଙ୍ଗ ବୈଶ୍ୟ ସଂଘର ପୂର୍ବତନ ସଭାପତି ତଥା ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସମାଜସେବୀ ସ୍ବର୍ଗତ ବି.ଚେଈନ ପାତ୍ର ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ଏବଂ ସୁସଙ୍ଗଠକ ବ୍ୟକ୍ତି ରୂପେ ପରିଚିତ ଥିବାରୁ ତାଙ୍କର ଅକାଳ ବିୟୋଗରେ ବଣିକ ସଂଘ ଶେରଗଡ ଶାଖାର ସଭାପତି କୈଳାସ ଚନ୍ଦ୍ର ସାହୁ,ସମ୍ପାଦକ ବିଜୟ ବିଶ୍ବାଳ, ନୂତନ ଉପଦେଷ୍ଟା ପି.ଶିବ ନାରାୟଣ ପାତ୍ର, କ୍ୟାସିଅର ଟି.ସୁଶାନ୍ତ ପାତ୍ର ଙ୍କ ସମେତ ବହୁ କାର୍ଯ୍ୟକର୍ତା ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜ୍ଞାପନ କରିଥିବା ଜଣାପଡ଼ିଛି। ବଣିକ ସଂଘର ପୂର୍ବତନ ସଭାପତି ତଥା ଶେରଗଡ ପ୍ରସିଦ୍ଧ ରଥଯାତ୍ରା ର ରଥ ନିର୍ମାଣ ର ମୂଖ୍ୟ ପୁରୋଧା ବା ବିଭିନ୍ନ ମନ୍ଦିରର ପରିଚାଳନା ର ମୂଖ୍ୟ ବି.ଚେଈନ ପାତ୍ର ଙ୍କ ଅକାଳ ବିୟୋଗ ଶେରଗଡ ଅଞ୍ଚଳ ଲାଗି ଅପୂରଣୀୟ କ୍ଷତି ପହଞ୍ଚିଲା ବୋଲି ବଣିକ ସଂଘର ସଭାପତି କୈଳାସ ଚନ୍ଦ୍ର ସାହୁ, ଉପଦେଷ୍ଟା ପି.ଶିବ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି। ଏହି ଶୋକ ସଭା ସମୟରେ ବଣିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


