A1 ଗ୍ରେଡ଼ରେ ଉତ୍ତୀର୍ଣ୍ଣ କୃତ୍ତି ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

କାକଟପୁର (ଓ୍ବାଇଏନଏସ): କାକଟପୁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା l ଆୟୋଜିତ ଉତ୍ସବରେ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ସଭାପତି ତଥା ଶୈକ୍ଷିକ ପରାମର୍ଶ ଦାତା ପ୍ରମୋଦ କିଶୋର ପୃଷ୍ଟି , ନୂତନ ସଭାପତି ଶିକ୍ଷାବିତ୍ ପୀତବାସ ଦୀକ୍ଷିତ , ସମ୍ପାଦକ ରବିନ୍ଦ୍ର ପ୍ରଧାନ , ଉପ ସଭାପତି ମନୋଜ ସାହୁ , ରାଜକିଶୋର ମଲ୍ଲିକ , ସହ ସମ୍ପାଦିକା ଶୁଭଦ୍ରା ସାହୁ , ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର , ସହ ପ୍ରଧାନା ଆଚାର୍ଯ୍ୟା ଜୟନ୍ତୀ ବାଳା ନନ୍ଦ , ବରିଷ୍ଠ ଗୁରୁଜୀ ଅନ୍ନଦା କୁମାର ବେହେରା ପ୍ରମୁଖ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ଫୁଲ ତୋଡ଼ା ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିଲେ l ଶିଶୁ ବିଦ୍ୟା ମନ୍ଦିରର A1 ଗ୍ରେଡ଼ରେ ଆଦ୍ୟାଶା ତ୍ରିପାଠୀ , ଅଭିଷେକ ବିଶ୍ୱାଳ , ସ୍ଵୟଂ ପ୍ରକାଶ ଜେନା , ଆଦ୍ୟାଶ୍ରୀ ପ୍ରଧାନ , A2 ଗ୍ରେଡ଼ରେ ୧୦ ଜଣ (B1) , (B2) ଓ (C) ଗ୍ରେଡ଼ରେ ୨୮ଜଣ ଶିଶୁ ଭାଇ ଭଉଣୀ ଉତ୍ତୀର୍ଣ୍ଣ ହୋଇ ଶିଶୁ ବିଦ୍ୟା ମନ୍ଦିର ଲର ସୁନାମ ଆଣିଛନ୍ତି l ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀ , ଗୁରୁମା କମଳାକାନ୍ତ , ଲକ୍ଷ୍ମୀଧର , ଦିଲ୍ଲୀପ , ସୁବର୍ଣ୍ଣ , ବ୍ରହ୍ମାନନ୍ଦ , ଜ୍ୟୋତି ରଞ୍ଜନ , ଗୀତାଞ୍ଜଳି , ବ୍ରମ୍ମୋତ୍ରୀ , ଦିବ୍ୟରୁପା , ନିବେଦିତା , ନିରୁପମା ପ୍ରମୁଖ ସହଯୋଗ କରିଥିଲେ l ପରିଶେଷରେ ଶିଶୁ ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷ ସୂର୍ଯ୍ୟନାରାୟଣ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ