ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ) :ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ କର୍ମଚାରୀ ସଂଘ (ଓଷ୍ଟା) ର ୨୬ତମ ସାମ୍ବିଧାନିକ ସମ୍ମିଳନୀ ରବିବାର ଦିନ ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା କେନ୍ଦୁଝର ଜିଲ୍ଲା ସଭାପତି ରଘୁନାଥ ବେହେରା ସଭାପତିତ୍ୱ କରିଥିବାବେଳେ ସଂପାଦକ ପ୍ରଶାନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ କର୍ମଚାରୀ ସଂଘ (ଓଷ୍ଟା) ର ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକମାନଙ୍କ ପ୍ରମୁଖ ସମସ୍ୟା କେତେ ଦୂର ସମାଧାନ କରାଯାଇଛି ଏବଂ ଆଗାମୀ ଦିନରେ କ’ଣ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ସାଂପ୍ରତିକ ଶିକ୍ଷକମାନଙ୍କ ସମସ୍ୟା,ଓଷ୍ଟାର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଓଷ୍ଟା କେନ୍ଦୁଝର ଶାଖାର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ ୪୯୬ ଜଣ ଭୋଟରଙ୍କ ମଧ୍ୟରୁ ୪୫୩ ଜଣ ଭୋଟ ଦେଇଥିଲେ ।
ଆଗାମୀ ୩ବର୍ଷ ପାଇଁ ଓଷ୍ଟା କେନ୍ଦୁଝରର ନିମ୍ନୋକ୍ତ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରାଯାଇଥିଲା । ସଭାପତି ଭାବେ ମନ୍ମଥନାଥ ମହାନ୍ତ,କାର୍ଯ୍ୟକାରୀ ସଭାପତି ଭାବେ ସୁଧାକର ପଣ୍ଡା,ଉପସଭାପତି ଭାବେ ବୈକୁଣ୍ଠ ମହାନ୍ତ,ମନୋଜ କୁମାର ପଣ୍ଡା,ପୁଷ୍ପାଞ୍ଜଳୀ ମିଶ୍ର,ସଂପାଦକ ଭାବେ ରଞ୍ଜନ କୁମାର ଘଡେଇ,ଯୁଗ୍ମ ସଂପାଦକ ଭାବେ ଅନିରୁଦ୍ଧ ସେଠୀ,ଅଜ୍ଞାନ କୁମାର ଚାନ୍ଦ,ଲାବଣ୍ୟବତୀ ମହାନ୍ତ,କାର୍ଯ୍ୟକାରୀ ସମିତି ସଭ୍ୟ ଭାବେ ହେମନ୍ତ କୁମାର ମହାନ୍ତ,ଦିଲ୍ଲୀପ କୁମାର ମହାନ୍ତ,ଧନୁର୍ଜୟ ମହାନ୍ତ,ସୁବ୍ରତ କୁମାର ଲେଙ୍କା ନିର୍ବାଚିତ ହୋଇଛନ୍ତି । ରାଜ୍ୟ କର୍ମକର୍ତ୍ତମାନେ ସମସ୍ତ ନୂତନ ନିର୍ବାଚିତ ସଦସ୍ୟମାନଙ୍କୁ ପଦ ଓ ଗୋପନିୟତାର ଶପଥ ପାଠ କରାଇଥିଲେ । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ କର୍ମଚାରୀ ସଂଘ (ଓଷ୍ଟା)ର ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର,ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ,କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର,କାର୍ଯ୍ୟକାରୀ ସଭାପତି ନିଳମଣୀ ପୁରୋହିତ,ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ,ରାଜ୍ୟ ସହ ସମ୍ପାଦକ ମୃତୁ୍ୟଞ୍ଜୟ ପଲେଇ,ରାଜ୍ୟ ଉପଦେଷ୍ଟା ଭିକାରୀ ଚରଣ ସାହୁ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ