ପ୍ରଶାସନ ଓ ମିଲିଟାରୀ ସମନ୍ଵୟ ବୈଠକ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ବୁଧବାର ପ୍ରଶାସନ ଓ ମିଲିଟାରୀ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆର୍ମି ଏୟାର ଡିଫେନ୍ସ କଲେଜ୍ ଆଣ୍ଡ ସେଣ୍ଟରର କମାଣ୍ଡାଣ୍ଟ ତଥା ଷ୍ଟେସନ୍ କମାଣ୍ଡାଣ୍ଟ ବ୍ରିଗେଡିୟର ହେମନ୍ତ କୁମାର ସିଂହ, ଲେଫ୍ଟେନାଣ୍ଟ କର୍ଣ୍ଣେଲ ପବନ କୁମାର ସିଂହ, ଲେଫ୍ଟେନାଣ୍ଟ କର୍ଣ୍ଣେଲ ଆଶିଷ ଗୁରୁଙ୍ଗ ଙ୍କ ସମେତ ସେନା, ପ୍ରଶାସନ, ପୋଲିସ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ସାମରିକ ବାହିନୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ବୃଦ୍ଧି, ଜରୁରୀକାଳୀନ ପରିସ୍ଥିତିରେ ପାରସ୍ପରିକ ସହଯୋଗ, ସୁରକ୍ଷା ବ୍ୟବସ୍ଥାର ସୁଦୃଢୀକରଣ,  ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ, ଭିତ୍ତିଭୂମି ଉନ୍ନୟନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) କମିଶନର ଏ. ଶସ୍ୟା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଭଞ୍ଜନଗର ଉପଜିଲ୍ଲାପାଳ ଡ ଉମାଶଙ୍କର ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ