ଦେଶୀ ମଦ ଜବତ: ୮ ଗିରଫ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଶ୍ରୀ ହରିହର ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର -୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରେମୁଣା ଥାନା, ଶିଳ୍ପାଞ୍ଚଳ ଥାନା, ଓ ସଦର ଥାନା ଅନ୍ତର୍ଗତ ସୋମନାଥପୁର, ପାହାଡପୁର, ଜାଣୁଗାଞ୍ଜ ଗୋଲେଇ ଏବଂ କେଶରପୁର ନିକଟରେ ଚଢ଼ାଉ କରାଯାଇ ୪୧୦ ଲିଟର ଦେଶୀ ରନ୍ଧା ମଦ, ୨୩. ୪୦୦ ଲିଟର ବିଅର ଏବଂ ଗୋଟିଏ ମୋଟର ସାଇକେଲ  ଜବତ କରାଯିବା ସହିତ ପାହାଡପୁର ଗ୍ରାମର ସୁଦର୍ଶନ ଜେନା,ହାମ୍ବୀ ଟୁଡୁ, ଗୋବିନ୍ଦପୁର ଗ୍ରାମର ଶରତ ନାୟକ, କେଶରପୁର ଗ୍ରାମର କାଁହୁ ଚରଣ ଦାସ ,  ଆଗିରିଆ ଗ୍ରାମର ରବିନାରାୟଣ ବେହେରା ଓ ସୋମନାଥପୁର ଗ୍ରାମର ବସନ୍ତ କୁମାର ବିଶ୍ୱାଳ, ଜାଣୁଗଞ୍ଜ ଗୋଳେଇ କୁନି ସିଂ ଓ ଗୋଧିବାସ ର ଶୂକ୍ରା ମାରାଣ୍ଡି ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।  ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ୫0 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ  ସହ ଉପ-ନିରୀକ୍ଷକ ଲମ୍ବୋଦର ମହାନ୍ତ ଓ କନେଷ୍ଟବଳ ସୁନାରାମ ସୋରେନ, ପଙ୍କଜ ମହାନ୍ତି, ସୁବୀରକାନ୍ତ ବେହେରା, ନହ।ନ ମୁର୍ମୁ ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ଥାନା ପକ୍ଷରୁ କେଶ ନଂ ୬୧/୨୬-୨୭ ଓ, ୩୧, ୩୨/୨୬-୨୭ ଓ ୪୮,୪୯,୫୦, ୫୧, ୫୨/୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ