ଦେଶୀ ମଦ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଚୋରା ମଦ କାରବାରକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ପାରଳାଖେମୁଣ୍ଡି ଥାନା ପକ୍ଷରୁ ଚୋରା ମଦ ଚଢ଼ଉ ଅଭିଯାନ ଆରମ୍ଭ କରାଯାଇଛି. ଏହି ଅବସରରେ ପାରଳାଖେମୁଣ୍ଡି ଅଞ୍ଚଳର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପୋଲିସ ଟିମ୍ ଚଢ଼ଉ କରିଛନ୍ତି । ଏହି ଅବସରରେ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଦେବିତୀ ଗ୍ରାମରେ ଚୋରା ମଦ କାରବାର ଚାଲିଥିବା ପୋଲିସ ଦ୍ୱାରା ଧରାପଡ଼ିଥିଲା। ଅଭିଯୁକ୍ତ ନାକା ବାଳକୃଷ୍ଣ (୨୪), ପିତା ନାକା କୃଷ୍ଣ, ନିଜ ଘର ପଛ ପାର୍ଶ୍ୱରେ ୪୦ ଲିଟର ଦେଶୀ ମଦ ରଖି ବିକ୍ରି କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ଅଭିଯୁକ୍ତଙ୍କ ନିକଟରୁ ୪୦ ଲିଟର ଅବୈଧ ଦେଶୀ ମଦ ଏବଂ ନଗଦ ଟଙ୍କା ୬୭୦/- ଜବତ କରାଯାଇଅଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପାରଳାଖେମୁଣ୍ଡି ଥାନାରେ କେଶ ନଂ ୨୨୩/୨୦୨୬ ରେ ମାମଲା ରୁଜୁ କରାଯାଇଛି । ଏହି ଅଭିଯୁକ୍ତ ନାକା ବାଳକୃଷ୍ଣ ପୂର୍ବରୁ ୫ ଗୋଟି ଅପରାଧିକ ମାମଲାରେ ସଂପୃକ୍ତ ଥିବାର ପୁଲିସ ରେକର୍ଡ ରହିଥିବା ସୂଚନା ମିଳିଛି ।ଚଢ଼ାଉ ସମୟରେ ଦେବିତି ଅଞ୍ଚଳରେ ଏକ ଅବକାରୀ ଅପରାଧ ଧରାପଡ଼ିଥିଲା। ଅଭିଯୁକ୍ତ ନାକା ବାଳକୃଷ୍ଣ (୨୪), ପିତା ନାକା କୃଷ୍ଣ, ନିଜ ଘର ପଛ ପାର୍ଶ୍ୱରେ ୪୦ ଲିଟର ଦେଶୀ ମଦ ରଖି ବିକ୍ରି କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ଅଭିଯୁକ୍ତଙ୍କ ନିକଟରୁ ୪୦ ଲିଟର ଅବୈଧ ଦେଶୀ ମଦ ଏବଂ ନଗଦ ଟଙ୍କା Rs. ୬୭୦/- ବରାମତ କରି ଜବତ କରାଯାଇଅଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପାରଳାଖେମୁଣ୍ଡି ଥାନା ମାମଲା ୨୨୩/୨୦୨୬ ରୁଜୁ ହୋଇଅଛି । ଅଭିଯୁକ୍ତ ନାକା ବାଳକୃଷ୍ଣ ପୂର୍ବରୁ ୫ ଟି ଅପରାଧିକ ମାମଲାରେ ସଂପୃକ୍ତ ଥିବାର ପୁଲିସ ରେକର୍ଡ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ