ଖତ ଖାଉଛି ୫କୋଟି ଟଙ୍କାର ବିଦ୍ୟୁତ୍ ପ୍ରକଳ୍ପ : ଅସନ୍ତୋଷ ପ୍ରକାଶ କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବିଦ୍ୟୁତ ଗ୍ରାହକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ଗୋଟିଏ ସବ ଷ୍ଟେସନରୁ ୬ ରୁ ୭ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଫଳରେ ଲୋ ଭୋଲ୍ଟେଜ ଓ ଅତ୍ୟଧିକ ସରବରାହ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟ, ବିଶେଷ କରି ଗ୍ରୀଷ୍ମରେ ବିଦ୍ୟୁତ ସମସ୍ୟା ଦ୍ବୀଗୁଣିତ କରିଛି। ଏହାର ସମାଧାନ ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅତିରିକ୍ତ ନୂତନ ସବ ଷ୍ଟେସନ କାର୍ଯ୍ୟ ଆରମ୍ଭ ହୋଇଥିଲା। କିଛି ବର୍ଷ ମଧ୍ୟରେ ଅନେକ ସ୍ଥାନରେ ଏହି ସବୁ ବିଦ୍ୟୁତ ସବୁ ଷ୍ଟେସନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ। ବର୍ତ୍ତମାନ ଏସବୁ ଠିକ ଭାବେ କାର୍ଯ୍ୟକ୍ଷମ କରା ନଯିବା ଫଳରେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ ଅପରପକ୍ଷରେ ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ବ୍ୟବହାର ନ ହେଉଣୁ ନଷ୍ଟ ହେଉଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ।ସ୍ଥାନୀୟ ବିଧାୟକ ଏହି ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ପରଖିବା ସହ ତୁରନ୍ତ କାର୍ଯ୍ୟକ୍ଷମ ହେବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ତେବେ ପ୍ରକଳ୍ପ କାର୍ଯ୍ୟକ୍ଷମ ‌ହେବା ନିମନ୍ତେ ଆବଶ୍ୟକ ଅଧିକ ଅନୁଦାନ ମଗାଯାଇଛି ତାହା ଆସିଲେ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ