ଦେଶୀ ମଦ ଜବତ, ଜଣେ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ବନ୍ତ ଥାନା ଅଧିନ ପାନପଦୀ ଗ୍ରାମରେ ପୋଲିସ ଚଢାଉ କରି ୭.୭୫ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ଥାନା ଅଞ୍ଚଳରେ ନିୟମିତ ଅବକାରୀ ଚଢାଉ ସମୟରେ ବୁଧବାର ପୋଲିସ ପାନପଦୀ ଗ୍ରାମର କୀର୍ତ୍ତନ ଶଂଖୁଆ(୫୫) ବେଆଇନ ଭାବେ ମଦ ରଖିବା ଏବଂ ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗ୍ରାମରେ ଚଢାଉ କରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୭.୭୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା । ମଦ ରଖିବା ଏବଂ ବିକ୍ରୟ ପାଇଁ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିବାରୁ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏନେଇ ଥାନାରେ ଓଡିଶା ଉତ୍ପାଦ ଶୁଳ୍କ ଆଇନର ଧାରା ୫୨(କ)(ଆଇ) ଅନୁଯାୟୀ ୧୭୯/୨୬ ମୂଳେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି ।


