୩ ବେଆଇନ ବାଲି ବୋଝେଇ ହାଇୱା ଜବତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ରାତିରେ ବନ୍ତ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଆପଣ୍ଡା ଛକ ନିକଟରେ ଓଡି-୨୨-ଏ.ଡି-୭୭୮୯ ନମ୍ବର ବିଶିଷ୍ଟ ହାଇୱା ଗାଡିକୁ ବେଆଇନ ବାଲି ପରିବହନ ସନ୍ଦେହରେ ଅଟକାଇଥିଲେ । ଯାଞ୍ଚ ପରେ ଗାଡିର ଚାଳକ ବାଲି ପରିବହନ ପାଇଁ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରିନଥିଲେ । ଫଳରେ ପୋଲିସ ଉକ୍ତ ବାଲି ବୋଝେଇ ହାଇୱା ଗାଡିଟିକୁ ଜବତ କରିଥିଲା । ଏନେଇ ଥାନାରେ ୧୮୦/୨୬ ମୂଳେ ମାମଲା ରୁଜ୍ଜ୍ୁ ହୋଇ ତଦନ୍ତ ଜାରି ରହିଛି । ସେହିପରି ଉକ୍ତ ରାଜ୍ୟ ରାଜପଥର ଜାମତୀରା ପେଟ୍ରୋଲ ପମ୍ପ ନିକଟରେ ବେଆଇନ ବାଲି ପରିବହନ ସନ୍ଦେହରେ ପୋଲିସ ଓଡି-୨୨-ଏ.ଇ-୬୩୨୫ ଏବଂ ଓଡି-୨୨-ଏ.ବି-୬୩୨୫ ବିଶିଷ୍ଟ ଦୁଇଟି ହାଇୱା ଟ୍ରକକୁ ଅକଟାଇ ଥିଲେ । ଯାଞ୍ଚ ପରେ ଦୁଇଟି ଗାଡିର ଚାଳକ ମାନେ ବାଲି ପରିବହନ ପାଇଁ ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ପୋଲିସ ଉକ୍ତ ହାଇୱା ଦୁଇଟିକୁ ଜବତ କରିଥିଲା । ଏନେଇ ଥାନାରେ ୧୮୧/୨୬ ମୂଳେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୁପ୍ରକାଶ ମହାନ୍ତି କହିଛନ୍ତି ।


