ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଗୋପୂଜନ

କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ) :ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ଓ ବଟକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଗତ ୨୦୦୬ ମସିହାରୁ ଗଢିଉଠିଥିବା ଶ୍ରୀ ଶ୍ରୀ ସିଦ୍ଧବଳଦେବଜୀଉ ଗୋମଙ୍ଗଳ ସମିତିରେ ଆଜି ହିନ୍ଦୁ ରୀତିନୀତି ଅନୁଯାୟୀ ଗୋପୁଜନ କାର୍ଯ୍ୟକ୍ରମ କରାଯାଇଛି। ପ୍ରତିବର୍ଷ ପରି ପ୍ରଥମେ ଗୋମାତାଙ୍କୁ କଜ୍ୱଳ, ଚନ୍ଦନ, ସିନ୍ଦୁର ଓ ଫୁଲହାର ଦିଆଯାଇ ପୁଜା କରାଯାଇଥିଲା। ଏହାପରେ ଗୋମାତାଙ୍କୁ ଚକୁଳି ପିଠା ଓ କଦଳୀ ଖାଇବାକୁ ଦିଆଯାଇଥିଲା। ସଭାପତି ଫକୀରଚରଣ ଖଟୁଆ, କଣ୍ଡୁରୀ ଚରଣ ପାତ୍ର, ସମ୍ପାଦକ ସୁଶୀଲ କୁମାର ସାମଲ, ବିଧୁଭୂଷଣ ମହାପାତ୍ର, ଖିରୋଦଚନ୍ଦ୍ର ଦାସ, ସାରଦା ପ୍ରସାଦ ସିଂ, ଅଶୋକ ମୋହନ ଜେନା, ରାମନାରାୟଣ ପ୍ରଧାନ, ବିଧାନ ଚନ୍ଦ୍ର ସାମଲ, ବିଶ୍ୱ ମୋହନ ଦାସ, ଶ୍ରୀନିବାସ ବରାଳ, ପ୍ରଶାନ୍ତ କୁମାର ପ୍ରଧାନ, ଖଗେଶ୍ୱର ଲେଙ୍କା, ଭାସ୍କର ଚନ୍ଦ୍ର ସାହୁ, ଭାରତୀ ସାହୁ, ଗୋବିନ୍ଦ ମଲିକଙ୍କ ଉପସ୍ଥିରେ ଗୋପୁଜନ ଓ ଗୋମାତାଙ୍କୁ ରାଖୀ ବନ୍ଧାଯାଇ ପବିତ୍ର ଗହ୍ମା ପୁର୍ଣିମା ଓ ପ୍ରଭୁ ବଳଦେବଜୀଉଙ୍କ ଜନ୍ମଦିନ ଗୋଶାଳା ପରିସରରେ ପାଳନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ