’ସହାୟକ’ ଦ୍ୱାରା ଗୋମାତା ପୂଜନ କାର୍ଯ୍ୟକ୍ରମ

ବାଲେଶ୍ୱର,(ସରୋଜ ପଣ୍ଡା): ତରଫରୁ ଆଜି ପବିତ୍ର ରକ୍ଷା ବନ୍ଧନ ଦିବସରେ “ସହାୟକ’ ବାଲେଶ୍ୱରର ସଦସ୍ୟ ସଦସ୍ୟାଙ୍କ ଦ୍ୱାରା କୁରୁଡା ପଞ୍ଚାୟତର ହରିଡ଼ା ଗ୍ରାମସ୍ଥିତ ନିରାକାର ପାଣିଗ୍ରାହୀଙ୍କର ଗୋଶାଳାରେ ସଭାପତି ଡ. କ୍ଷିତୀଶ୍ୱର ଦାଶଙ୍କ ତତ୍ତ୍ୱାବଧାନରେ ଗୋମାତା ପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଭାରତୀୟ ସନାତନ ପରମ୍ପରା ଅନୁଯାୟୀ ଏହି କାର୍ଯ୍ୟକ୍ରମ ‘ସହାୟକ’ ପରିବାର ଉପଦେଷ୍ଠା ତଥା ପୂର୍ବତନ ସଭାପତି ଦିବାକର ମହାପାତ୍ରଙ୍କ ମାର୍ଗ ଦର୍ଶନରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଗୋମାତା ପୂଜାର ଐତିହ୍ୟ, ପରମ୍ପରା ଓ ପ୍ରାଚୀନତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ାଙ୍କ ସମେତ ଇଂ ସୁରେନ୍ଦ୍ର ପ୍ରସାଦ ନାୟକ, ପ୍ରଫୁଲ୍ଲ କୁମାର ଦାସ, ଗଙ୍ଗାଧର ପୃଷ୍ଟି, ଡ.ଲକ୍ଷ୍ମଣ ଚରଣ ବିଶ୍ୱାଳ, ରବିନ୍ଦ୍ର ନାଥ ଗିରି, ଡ. ଦୟାନିଧି ମହାପାତ୍ର, ରବି କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରଣିତା ମିଶ୍ର ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ