ସିପିଆଇ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ପାର୍ଟିର ବଡ଼ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ  ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ରମେଶ ଭୂଁୟା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଯୋଗଦେଇ କେନ୍ଦ୍ର ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ମୂଲ୍ୟବୃଦ୍ଧି, ସରକାରଙ୍କ ଚାଷୀମାରଣ ନୀତି, ବେ- ରୋଜଗାର,ଅଚଳ ଜଳସେଚନ ପ୍ରକଳ୍ପ ଗୁଡ଼ିକର ମରାମତି,ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ର ସ୍ଥାୟୀ ସମାଧାନ ଏବଂ ସମସ୍ତ ବୃଦ୍ଧା ବୃଦ୍ଧ ଓ ଭିନ୍ନକ୍ଷମ ଙ୍କୁ ଭତ୍ତା,ଗରିବ ଅସହାୟ ଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଉଟି କାର୍ଡ ପ୍ରଦାନ ଦାବୀ ରେ ପାର୍ଟି ପକ୍ଷରୁ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଅତ୍ୟଧିକ ମିଟର ରିଡିଂ,ଲୋ – ଭୋଲଟେଜ ଏବଂ ଘନ ଘନ ବିଦ୍ୟୁତ କାଟ ବନ୍ଦ କରାଯିବା ଦାବୀ ରେ ପାର୍ଟି ପକ୍ଷରୁ ଜନଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ।ପରେ ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି, ଗଣପାଣ୍ଠି ସଂଗ୍ରହ ପାଇଁ ଆଗତ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ସଭାରେ ଜୋନାଲ କମିଟି ସହ ସମ୍ପାଦକ ତପନ କୁମାର ମିଶ୍ର, ପ୍ରଦୀପ ପରିଡ଼ା,ସୂର୍ଯ୍ୟନାରାୟଣ ପାଣିଗ୍ରାହୀ,ଗୌରୀ ଶଙ୍କର ସାହୁ,ବାରିକ ବେହେରା,କାଳୁ ବାଡ଼ତ୍ୟା,ପ୍ରମୋଦ ପାତ୍ର,ଆର.ପୂର୍ଣ୍ଣ,ଜି.କୃଷ୍ଣ, କାହ୍ନୁ ସ୍ବାଇଁ,ରବି ସେଠୀ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ