ସିପିଆଇର ଅକ୍ଟୋବର ବିପ୍ଳବ ବିଜୟ ଦିବସ ସମାବେଶ

ବନ୍ତ,(ଚାନ୍ଦିନୀ ମହାନ୍ତି): ଶନିବାର ସନ୍ଧ୍ୟାରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ବଜାର ଠାରେ ସିପିଆଇ ବନ୍ତ ଜୋନ କମିଟି ପକ୍ଷରୁ ଐତିହାସିକ ମହାନ ଅକ୍ଟୋବର ବିପ୍ଳବ ବିଜୟ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ନିଳୋକ ତାରିଣୀ ଛକ ଠାରୁ ଶତାଧିକ ସାଥୀ ସମର୍ଥକ ମାନେ ହାତରେ ବ୍ୟାନର ଓ ଦଳୀୟ ପତାକା ଧରି ଏକ ଶୋଭା ଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ହାଇସ୍କୁଲ ଛକ ନିକଟରେ ପହଞ୍ଚି ଥିଲେ। ସେଠାରେ ଜୋନ ସମ୍ପାଦକ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ସିପିଆଇ ରାଜ୍ୟ ସମ୍ପାଦକ ଡ଼. ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ସହ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଜୟନ୍ତ ଦାସ, ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି ପ୍ରମୁଖ ଯୋଗ ଦେଇ ନଭେମ୍ବର ୭ ତାରିଖ ସମଗ୍ର ପୃଥିବୀରେ ପ୍ରଥମ ସମାଜବାଦୀ ରାଷ୍ଟ୍ର ବିପ୍ଳବର ବିଜୟ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ମାନବ ସମାଜର ମୁକ୍ତି ପାଇଁ ସମାଜବାଦ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ। ଆମ ଦେଶର ଗଣତନ୍ତ୍ର, ଧର୍ମ ନିରପେକ୍ଷତା ଓ ଭେଦଭାବ ପୂର୍ଣ୍ଣ ବ୍ୟବସ୍ଥାର ବିଲୋପ ପାଇଁ ଜଣଗଣଙ୍କ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। ଜିଲା ସହ ସମ୍ପାଦକ ରମେଶ ଜେନା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବରିଷ୍ଠ ନେତା ବାବାଜୀ ଚରଣ ଜେନା, କୃଷକ ନେତା ଫକୀର ଚରଣ ବିଶ୍ୱାଳ, ନିରଞ୍ଜନ ନାୟକ, ଦିଲୀପ କୁମାର ନାୟକ, ଭାସ୍କର ଚନ୍ଦ୍ର ବେହେରା, ଅରବିନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଦେଶ ତଥା ରାଜ୍ୟର ବିଜେପି ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ଗଣ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କିଶୋର ବେହେରା, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ଜେନା, ରାଜେନ୍ଦ୍ର ଖିଲାର, ନାଏବ ସରପଞ୍ଚ ନିଧିରାମ ଜେନା, ଦୁଲ୍ଲା ଖାଁ, ଫକୀର ଉଦ୍ଦୀନ ଖାଁ, ଉଦୟ ବାରିକ, କମଳାକାନ୍ତ ଜେନା, ଜୟନ୍ତ ଜେନା, ଉମାକାନ୍ତ ମହାପାତ୍ର, ନାରୀ ନେତ୍ରୀ ସ୍ୱର୍ଣ୍ଣଲତା ଖିଲାର, ମାଳତୀ ଜେନା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ