ଅବହେଳିତ ଅବସ୍ଥାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି

ବନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟ ନିକଟସ୍ଥ ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଅବସ୍ଥିତ ଭାରତର ଜନ ନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ମଣ୍ଡପ ପରିସର ଏବେ ଅବହେଳିତ ଅବସ୍ଥାରେ ପଡି ରହିଛି। ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ୧ କିମି ଦୂର ବନ୍ତ ସାପ୍ତାହିକ ହାଟ ନିକଟରେ ପ୍ରାୟ ୧୫ ବର୍ଷ ତଳେ ବିଜୁ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିବା ବେଳେ ଏହାର ସମ୍ମୁଖରେ ପ୍ରବାଦ ପୁରୁଷ ତଥା କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା। ପ୍ରତିଷ୍ଠା ପର ଠାରୁ ପ୍ରତି ବର୍ଷ ବିଜୁ ଜୟନ୍ତୀରେ ବିଜୁ ପ୍ରେମୀ ମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଆସୁଛନ୍ତି। ହେଲେ ଆଉ କୌଣସି ଦିନ ଏହି ସ୍ଥାନକୁ କାହାର ପାଦ ପଡିବା ତ ଦୂରର କଥା ଯିବା ବେଳେ ବି ଆଖି କୋଣରେ ବି ଅନାଉ ନାହାନ୍ତି। ସେହି ରାସ୍ତା ଦେଇ ବ୍ଲକର ବଡ ବଡ଼ ବାବୁ ମାନେ ଯାତାୟାତ କରୁଥିଲେ ମଧ୍ୟ ତାଙ୍କ ନଜର ବି ଏହା ଉପରେ କେମିତି ପଡୁନାହିଁ ତାହା ସମସ୍ତଙ୍କୁ ଚକିତ କରୁଛି। ରକ୍ଷଣା ବେକ୍ଷଣ ଅଭାବରୁ ପ୍ରତିମୂର୍ତ୍ତି ମଣ୍ଡପ ପରିସର ଦିନକୁ ଦିନ ବୃକ୍ଷଲତାରେ ପରିପୂର୍ଣ୍ଣ ହେବା ସହ ପ୍ରତିମୂର୍ତ୍ତି ଓ ମଣ୍ଡପର ରଙ୍ଗ ନଷ୍ଟ ହୋଇ ଅସୁନ୍ଦର ଦେଖା ଯାଉଛି। ଏଥିପ୍ରତି ପ୍ରଶାସନ କିମ୍ବା ବିଜୁ ପ୍ରେମୀ କାହାରି ନଜର ନଥିବା ଜଣା ଯାଇଛି। ତେବେ ବିଜୁ ବାବୁଙ୍କ ଭଳି ଜଣେ ରାଷ୍ଟ୍ର ନାୟକଙ୍କ ପ୍ରତିମୂର୍ତ୍ତିକୁ ବ୍ଲକ ସଦର ମହକୁମାରେ ଅବହେଳା କରାଯିବା ଆଦୌ ଶୋଭନୀୟ ନୁହେଁ ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ