ବିଭିନ୍ନ ଦାବୀ ନେଇ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ

ବନ୍ତ (ୟୁଏନ୍ଏସ୍) : ବନ୍ତ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଟାଟା ପାୱାର କମ୍ପାନୀର ଗ୍ରାହକ ଶୋଷଣ ନୀତି ପ୍ରତିବାଦରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଥାନାଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବନ୍ତ ବଜାର ପରିକ୍ରମା କରି ବିଦ୍ୟୁତ ଅଫିସ ସମ୍ମୁଖରେ ପହଞ୍ôଚ ଥିଲା । ବରିଷ୍ଠ ସିପିଆଇ ନେତା ସାଥୀ ଫକୀର ଚରଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବନ୍ତ ଜୋନ୍ ସଂପାଦକ ରମେଶ ଜେନା, ଜିଲା କାର୍ଯ୍ୟକାରୀ କମିଟିର ସାଥୀ ବାବାଜି ଚରଣ ଜେନା, ଦୀଲିପ ନାୟକ, ଅରବିନ୍ଦ ବିଶ୍ୱାଳ, ସୁବାଷ ଚନ୍ଦ୍ର ବେହେରା, ଧନେଶ୍ୱର ଜେନା, ନିରଞ୍ଜନ ନାୟକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବରିଷ୍ଠ ନେତା ଗୋପବନ୍ଧୁ ସେଠୀ ପ୍ରମୁଖ ଯୋଗ ଦେଇ ଟାଟା ପାୱାର କମ୍ପାନୀର ଗ୍ରାହକ ଶୋଷଣ ନୀତି ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଖରା ଦିନେ ବାରମ୍ବାର ବିଦ୍ୟୁତ୍ କାଟ ବନ୍ଦ କରିବା, ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବା, ଗ୍ରାହକ ମାନଙ୍କୁ ମାସିକ ୩ ଶହ ୟୁନିଟ୍ ନିଶୁଳ୍କ ବିଦ୍ୟୁତ୍ ସେବା ପ୍ରତିଶୃତିକୁ ସରକାର ପୂରଣ କରିବା, କମ୍ପାନୀ ଜୋର ଜବରଦସ୍ତ ବାକିଆ ବିଲ ପ୍ରଦାନ ନକଲେ ବିଦ୍ୟୁତ୍ ସେବା ବିଛିନ୍ନ ସହିତ ସ୍ମାର୍ଟ ମିଟର ବସାଇ ଗ୍ରାହକ ମାନଙ୍କୁ ଟାଟା କମ୍ପାନୀ ଠକୁ ଥିବାର ଅନେକ ସମସ୍ୟା ସମ୍ପର୍କରେ ଉପସ୍ଥିତ ନେତୃତ୍ୱ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ବନ୍ତ ବଜାରରେ ଲାଗିଥିବା ଲାଇଟ୍ ଗୁଡିକରୁ ବିଦ୍ୟୁତ୍ ସେବା ଯୋଗାଣ ବନ୍ଦ ଯୋଗୁ ସନ୍ଧ୍ୟା ହେଲେ ବଜାର ସମ୍ପୂର୍ଣ୍ଣ ଅନ୍ଧାର ରହୁଥିବା ସମ୍ପର୍କରେ ଟାଟା କମ୍ପାନୀ ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତିର ତୁରନ୍ତ ନିରାକରଣ ଆଦି ସମସ୍ୟା ସଂପର୍କରେ କନିଷ୍ଠ ପରିଚାଳକ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାକୁ ରମାକାନ୍ତ ସାହୁ, ପଞ୍ଚାନନ ସେଠୀ, କମଳାକାନ୍ତ ଜେନା, ନୃସିଂହ ଚରଣ ଦାସ, ପଧାନପଡା ସମିତି ସଭ୍ୟ ପ୍ରତିନିଧି ଦୁଲ୍ଲା ଖାଁ, ଜଳଧର ଜେନା, ରବିନ୍ଦ୍ର ସେଠୀ, ବିଷ୍ଣୁ ଚରଣ ଜେନା, ଜୟନ୍ତ ଜେନା, କିଶୋର ବେହେରା, ଜୟନ୍ତ ସାହୁ, ନୃସିଂହ ପରିଡା ପ୍ରମୁଖ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ