କ୍ରିକେଟ ଲିଗ ସିଜନ-୧ ଟୁର୍ନାମେଣ୍ଟ ଉଦଯାପିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଭୈରବୀ ମନ୍ଦିର ନିକଟସ୍ଥ ଖେଳ ପଡିଆରେ ଠାରେ ମୁନିଗୁଡା କ୍ରିକେଟ ଲିଗ ସିଜନ-୧ ଟେନିସବୋଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ମୁନିଗୁଡା କ୍ରିକେଟ ଲିଗ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ତଥା କମିଟିର ସ୍ୱାଗତସ୍ୱମ୍ୟ ଲେଙ୍କା ଓ କବିରାଜ ବୋନଛୋରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥିଭାବେ ସ୍ପନସୋର ମାଁ ଗାୟତ୍ରୀ କଲେକ୍ସନ ମାଲିକ ଶ୍ରୀକାନ୍ତ ନାୟକ,ବ୍ଲକ ବିଜେଡି ସଭାପତି ରତନଲାଲ ଜୈନ,ସମାଜସେବୀ ପୂର୍ଣଚନ୍ଦ୍ର ଗୌଡ଼,ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟ ଚତୃଭୁଜ ବନଛୋର,ମୁନିଗୁଡା କ୍ରିକେଟ ଆସୋସିଏସନର ସଭାପତି ତଥା ପ୍ରେସ କ୍ଳବର ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ, ସମ୍ପାଦକ ବାଳକୃଷ୍ଣ ରଥ,ପ୍ରଶାନ୍ତ ମାଦଳା, ପିଇଓ ସୁନୀଲ ଯାଦ୍ଧବ,ବୃନ୍ଦାବନ ପାଢ଼ୀ ସୁମେଧା ଇଣ୍ଟରପ୍ରାଇଜେସର ମାଲିକ ପ୍ରଦୀପ ପରିଛା,ମୁନିଗୁଡା କ୍ରିକେଟ ଲିଗ କମିଟିର ଉପଦେଷ୍ଟା ଅନିଲ ତାରିଣୀ,ମନ୍ମଥ ରାଉତ ସୁଖ ମଲିକ,ସଭାପତି ଅଜୟ ଶବର ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଉଦଯାପନୀ ଉତ୍ସବକୁ ଉଦଘାଟନ କରିଥିଲେ,ଏହି ଟୁର୍ନାମେଣ୍ଟରେ ନରେଶ ସ୍ପୋର୍ଟ ମୁନିଖୋଲ ଓ ଆରଏସ-୧୧ ମଧ୍ୟରେ ଫାଇନାଲ ମେଚ ଅନୁଷ୍ଠିତ ହୋଇଥିଲା, ନରେଶ ସ୍ପୋର୍ଟ ମୁନିଖୋଲ ପ୍ରଥମେ ଟୋଚ ଜିତି ପ୍ରଥମେ ବେଟିଙ୍ଗର ନିଷ୍ପତି ନେଇଥିଲେ, ନିର୍ଦ୍ଧାରିତ ୧୫ ଓଭରରେ ୬ ବିକେଟ ହରାଇ ୧୪୬ ରନ କରିଥିଲେ ବ୍ୟକ୍ତିଗତ ଭାବେ ରଞ୍ଜନ ୪୬ ରନ କରିଥିଲେ,ଏହି ରନକୁ ପିଛା କରି ଆରଏସ-୧୧ ୭୨ ରନରେ ସମସ୍ତ ବିକେଟ ହରାଇ ଅଲ ଆଉଟ ହୋଇଥିବା ବେଳେ ନରେଶ ସ୍ପୋର୍ଟ ମୁନିଖୋଲ ଟିମ ଚାମ୍ପିୟନ ହୋଇଥିଲେ,ଦଳ ତରଫରୁ କାଳିଆ ୫ଟି ବିକେଟ ନେଇ ଫାଇନାଲରେ ମେନ ଅଫ ମେଚ ବିବେଚିତ ହୋଇଥିଲେ,ଏହି ଟୁର୍ନାମେଣ୍ଟରେ ବେଷ୍ଟ ବେଟସମେନ ନରେଶ ସ୍ପୋର୍ଟ୍ସର ନରେଶ ପେରିସିକା,ବେଷ୍ଟ ବୋଲର ନରେଶ ସ୍ପୋର୍ଟ୍ସର ରମେଶ ଉଲ୍ଲାକା,ବେଷ୍ଟ ଫିଲଡର ପାଇକସାହି ଇଗଲର ଶିବପ୍ରସାଦ,ବେଷ୍ଟ ବିକେଟ କିପର ନରେଶ ସ୍ପୋର୍ଟ୍ସର ଚନ୍ଦନ ମହାନ୍ତି,ମୋଷ୍ଟ ଭେଲୁବେଲ ପ୍ଲେୟାର ଅଫ ଟୁର୍ନାମେଣ୍ଟ ଏମସି ରୋୟାଲର ମଣ୍ଟୁ ରାହୁଲ ପ୍ରମୁଖଙ୍କୁ ଚୟନ କରାଯାଇ ସେମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା,ସେହିପରି ବିଜୟୀ ଦଳକୁ ଆର୍ଥିକ ପୁରସ୍କାର ୫୫୫୫୫ ଟଙ୍କା ସହ ଟ୍ରଫି ଓ ପରାଜୟ ଟିମକୁ ଆର୍ଥିକ ୩୩୩୩୩ ଟଙ୍କା ପ୍ରଦାନ କରାଯାଇଥିଲା,ଏହି ଉଦଯାପନୀ ଉତ୍ସବରେ ଅତିଥିଭାବେ ଓଡିଶା ଟେନିସ କ୍ରିକେଟ ଜଗତର ଖ୍ୟାତିନାମା ତାରକା ହୀରାଲାଲ ମେଣ୍ଡିସ,ବିରାଟ କୋହଲିଙ୍କ ବିଗ ଫେନ ତଥା ଟାଟୁ ମେନ ପିଣ୍ଟୁ ବେହେରା ଯୋଗଦେଇଥିଲେ,ଏହି ଅବସରରେ ତାଙ୍କୁ କମିଟି ତରଫରୁ ସ୍ୱାଗତ କରାଯିବା ସହ ପଡିଆ ଚାରିପଟେ ବୁଲାଯାଇଥିଲା,ଆଜିର ଫାଇନାଲ ମେଚକୁ ମେଚକୁ ଅମ୍ପାୟାର ଭାବେ ତୁଫାନ ମାଝୀ ଓ ଆଶିଷ ସାହୁ ଓ ଅଫିସିଆଲ ଅମ୍ପାୟାର ଅନିଲ ସେଠୀ ପରିଚାଳନା କରିଥିଲେ l କୋମେନ୍ଟ୍ରେଟର ଭାବେ ବାଳକୃଷ୍ଣ ରଥ,ବଣ୍ଟି,ପିୟୁଷ,ରାଜକୁମାର, ଆଶିଷ ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ,ଏହି କ୍ରିକେଟ ଲିଗ ଟୁର୍ନାମେଣ୍ଟ ଗତ ୧ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ଧରି ଚାଲିବା ସହ ଏଥିରେ ଏମସି ରୟାଲ, ପାଇକସାହି ଇଗଲ, ଆରଏସ-୧୧, ନରେଶ ସ୍ପୋର୍ଟ,ରୟାଲ ରେଞ୍ଜର, ଅରେଞ୍ଜ ହଣ୍ଟର ପ୍ରମୁଖ ୬ ଟି ଟିମ ଭାଗ ନେଇଥିଲେ,ଉକ୍ତ ଲିଗ ଟୁର୍ନାମେଣ୍ଟକୁ ଜୀବନ କୁମାର ମୁନା, ଗୌରବ, ଶିବା ପଟେଲ,ଆଲଫେଡ଼ ଫ୍ରାଙ୍କଲିନ ଲିମା,ସୁନୀଲ ଶବର,ଟୁକୁଲୁ, ଅଜିତ,ରାକେଶ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


