ପର୍ଯ୍ୟଟନସ୍ଥଳୀ ପୀରଜାହାନିଆ ଓ ଗଙ୍ଗାଦେବୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପର୍ଯ୍ୟଟନଋତୁରେ ମଜା ନେବା ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀରଜାହାନିଆ ଓ ଗଙ୍ଗାଦେବୀ ନିକଟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ଶୀତଋତୁପାଇଁ ପର୍ଯ୍ୟଟକଙ୍କ ମନରେ ଅନେକ ଉନ୍ମାଦନା। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଈଁ କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ଙ୍କ ଦର୍ଶନ ସାରି ଅସ୍ତରଙ୍ଗ ଅଭିମୁଖେ ହେନ୍ତାଳ ବଣ ସହ ପୀରଜାହାନିଆ  ଗଙ୍ଗାଦେବୀ ଓ କେଳୁଣୀ ମୁହାଁଣ ନିକଟରେ ବଣଭୋଜିର ଆସର ଜମୁଛି। ବିଶେଷ କରି ଡିସେମ୍ବର ମାସଥିବାରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଁଣ ପାଲଟିଛି ଏକ ପ୍ରକୃଷ୍ଟ ସ୍ଥାନ। ଝାଉଁ ଜଙ୍ଗଲ ରେ ଅବସ୍ଥିତ ଏହି ପୀଠଟି ଏବେ ପିକିନିକି ସ୍ପଷ୍ଟ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ଏହି ପୀରଜାହାନିଆ ପୀଠ।ଏହା ସହ ଗଙ୍ଗାଦେବୀ ନିକଟରେ ବୋଟିଂ ମଜା ସାଙ୍ଗକୁ ନାଲି କଙ୍କଡା ଦେଖିବାର ମଜା ବେଶ କୌତୁହଳ ପୂର୍ଣ୍ଣ।ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଶୋଭା ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଙ୍କ ସୁଅ ଛୁଟୁଛି।ପୀରଜାହାନିଆ ପୀଠ ହେଉଛି ହିନ୍ଦୁ ଓ ମୁସଲିମ ଙ୍କ ସମନ୍ୱୟ ପୀଠ। ପର୍ଯ୍ୟଟକ ଆସିଲେ ପୀରବାବା ଙ୍କୁ ଦର୍ଶନ ସହ ସମୁଦ୍ରରେ ସ୍ନାନ କରିବା ମଜା ସହ ବଣଭୋଜି ର ମଜା ନେଉଛନ୍ତି।୨୦୨୫ବର୍ଷ ବିଦାୟ ନେବାକୁ ଆଉ ଅଳ୍ପ କିଛି ଦିନଥିବାରୁ କିଏ ନିଜ ପରିବାର ସହ ଆଉ କିଏ ସାଙ୍ଗସାଥି ସହିତ ପିକିନିକି ପାଇଁ ଆସୁଛନ୍ତି।ବଣଭୋଜିରେ ସ୍ୱାଦିଷ୍ଟ ବ୍ୟଞ୍ଜନ ସହିତ ନାଚ ଗୀତ ମଜା ବି ଉଠାଉଛନ୍ତି ପର୍ଯ୍ୟଟକ।ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକ ଙ୍କୁ ଯେତିକି ଆକୃଷ୍ଟ କରିଥାଏ, ଏଠାକାର ବଣଭୋଜି କରିବାର ମଧ୍ୟ ନିଆରା ଆନନ୍ଦ ରହିଥାଏ।ପର୍ଯ୍ୟଟନ ଋତୁ ଥିବାରୁ ପର୍ଯ୍ୟଟନସ୍ଥଳୀ ସମ୍ପୂର୍ଣ ଲୋକାରଣ୍ୟ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ