ଆସିକା ସବ୍ଜେଲରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ଆସିକା (ୱାଇଏନ୍ଏସ୍) : ପୁର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଞ୍ଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀମାନେ ଆସିକା ସବ୍ଜେଲକୁ ଯାଇ ଜେଲ୍ ବିଭାଗର କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ରାଖିବାନ୍ଧିବା ସହ ରକ୍ଷାବନ୍ଧନ ଉତ୍ସବର ଶୁଭକାମନା ଜଣାଇ ଜେଲ୍ରେ ଥିବା ୧୬୧ଜଣ ବିଚାରାଧୀନ ଅନ୍ତେବାସୀ ମାନଙ୍କୁ ରାଖି ବାନ୍ଧିଥିଲେ । ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତ ଶକ୍ତି ଭବନର ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଏବଂ ବ୍ରହ୍ମାକୁମାର ସୁନିଲ୍ ପ୍ରମୁଖ ଏହି କାଯ୍ୟକ୍ରମରେ ଯୋଗଦେଇ ରକ୍ଷାବନ୍ଧନର ଆଧ୍ୟାତ୍ମିକ ରହସ୍ୟ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସବ୍ଜେଲ୍ ଅଧୀକ୍ଷକ ଖଗେଶ୍ୱର ସିଂଙ୍କ ଅନୁମତିକ୍ରମେ ଉପକାରାଗାର ପରିସରରେ ଅନୁଷ୍ଠିତ ହୋଇଥିବା ରକ୍ଷାବନ୍ଧନ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସହ ଅଧୀକ୍ଷକ ଅନଞ୍ଜୟ ପ୍ରଧାନ, ସବ୍ଜେଲ୍ର ଫାର୍ମାସିଷ୍ଟ ଉମାକାନ୍ତ ସାହୁ, ମୁଖ୍ୟ ୱାର୍ଡର୍ ଘନଶ୍ୟାମ ପଣ୍ଡା, ରମେଶ ଚନ୍ଦ୍ର ସେଠୀ, ସାଇବ ପ୍ରଧାନ, ୱାର୍ଡର୍ ରାହୁଳ ପ୍ରଧାନ, ରମେଶ ନାୟର, ବିଜୟାନନ୍ଦ ରାଉତ, ଉତ୍ତମ ନାୟକ, ପ୍ରଦୀପ ବେହେରା, ପ୍ରଶାନ୍ତ ଜେନା, ବିଜୟ ଗମାଙ୍ଗୋ, ମହିଳା ୱାର୍ଡର୍ ମଂଜୁଲତା ସାହୁ ଓ ବିଳାସିନୀ ରଇତଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


