କଲ୍ୟାଣସିଂହପୁର ଠାରୁ ଦେବଗିରି ରାସ୍ତା ଖାଲକମାରେ ଭର୍ତ୍ତି ନୂତନ ରାସ୍ତା ନିର୍ମାଣ ପାଇଁ ଦାବୀ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) : କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଗୋଟିଏ।ଲୋକଙ୍କ ରାସ୍ତା ସମସ୍ୟାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରୁଛନ୍ତି କେନ୍ଦ୍ର ସରକାର | ହେଲେ ଅନୁଦାନ ଅର୍ଥ ଉପଯୁକ୍ତ ଭାବେ ବିନିଯୋଗ ହେଉନଥିବାରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସାକାର ହେଉନଥିବା ଅଭିଯୋଗ ହୋଇଛି। ରାୟଗଡ ଜିଲ୍ଲା ଗ୍ରାମ୍ୟ ନିର୍ମାଣ (ଆରଡ଼ି) ବିଭାଗ ପକ୍ଷରୁ କଲ୍ୟାଣସିଂହପୁର ଠାରୁ ଦେବଗିରି ଶୈବ ପୀଠକୁ ସଂଯୋଗ କରି କଟକୀ ନାଳ ପର୍ଯ୍ୟନ୍ତ ପାଞ୍ଚକିମି ରାସ୍ତା ଗତ ୧୬ ମସିହାରେ ନିର୍ମାଣ ହୋଇଥିଲା। ଏହାର ରକ୍ଷାଣ ବ୍ୟକ୍ଷଣ ପାଇଁ ପାଞ୍ଚ ବର୍ଷ ଅବଦ୍ଧି ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। କିନ୍ତୁ ଥରଟିଏ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ହୋଇନାହିଁ। ବିଲ କିନ୍ତୁ ହୋଇଯାଇଥିବାନେଇ ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟ ଚାଲୁଥିବା ବେଳେ ସେତେବେଳେ ବନ୍ୟାରେ ଆସିଥିବା ପଟୁ ମାଟି ମିଶିଥିବା ବାଲି ପକାଇ କଲ୍ୟାଣସିଂହପୁର କୁମ୍ଭାର ସାହି ଠାରୁ ନୂଆ ସାହି ପର୍ଯ୍ୟନ୍ତ ସିସି ରାସ୍ତା ନିର୍ମାଣ କରିଥିବାରୁ ଅତି ନିମ୍ନମାନର କାର୍ଯ୍ୟ ହୋଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ବର୍ତମାନ ରାସ୍ତାର ଖାଲ ଖମାରେ ବଡ଼ବଡ଼ ହୋଇଥିବାରୁ ବାଇକ୍ କଣ ପାଦରେ ଚାଲିଯିଵା ଯିବାରେ ବହୁ କଷ୍ଟ ଭୋଗୁଛନ୍ତି। ନିମ୍ନମାନର ରାସ୍ତା ନିର୍ମାଣର ମାତ୍ର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ମରାମତି ହୋଇ ନ ଥିବା ଅଭିଯୋଗ ହେଉଛି। ଅଟକଳ ଅନୁଯାୟୀ ମରାମତି କାର୍ଯ୍ୟ ହେଉନଥିବାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ବିଭାଗୀୟ ଅଧିକାରୀ ମାନେ ଠିକାଦାର ସହ ମିଶି ନିମ୍ନମାନର କାର୍ଯ୍ୟ କରି ଆତ୍ମସାତ୍ କରିଥିବାରୁ ରାସ୍ତା ଅବସ୍ଥା ଏଭଳି ହୋଇଛି ବୋଲି ଅଭିଯୋଗ ହୋଇଛି।ରl ଦୀର୍ଘଦିନ ହେଲା ଉକ୍ତ ସିସି ରାସ୍ତାରୁ ଚିପ୍ସ ଓ ପିଚୁ ଉଠିଯାଇ ଏକ ପ୍ରକାର ମରଣଜନ୍ତା ପାଲଟି ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର ମରାମତି କରାଯାଉନି। ରାସ୍ତା ଉପର ଦେଇ କୌଣସି ଭାରିଯାନ ଯିବା ଆସିବା କଲେ ରାସ୍ତାରେ ବ୍ୟବହାର ହୋଇଥିବା ପିଟୁ ଉଠି ଯାଉଥିବା ସହ ରାସ୍ତା ଦବି ଯାଉଛି। ସରକାରଙ୍କ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇ ପାଞ୍ଚ ବର୍ଷରୁ ଅଧିକ ହୋଇଥିଲେବି କାଇଁଚେ ମଧ୍ୟ ଉନ୍ନତି ହୋଇନଥିବା ଦୁର୍ଭାଗ୍ୟ ଜନକ ବୋଲି ଆସୁଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି। ଏହି ରାସ୍ତରେ ଦେବଗିରି ଶିବ ମନ୍ଦିର କୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ମାନେ ଘୃଣା ଲରୁଛନ୍ତି। ନୀତି ଉକ୍ତ ରାସ୍ତା ଦେଈ କଲେଜ ଛାତ୍ରଛାତ୍ରୀ ମାନେ ଚାଲି ଚାଲି ଯିବାବେଳେ ଖଣ୍ଡିଆ ଖାବରା ହେଉଥିବାରୁ ପ୍ରସାସନ, ପର୍ଯ୍ୟଟନ ବିଭାଗ ଉପରେ ଯୁବ ଗୋଷ୍ଟି ବିଶ୍ୱାସ ତୁଟିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି। ଏଣୁ ନୂତନ ରାଜ୍ୟ ଦୃଷ୍ଟି ଦେଈ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି।


