ଗାଁ ସାଥିଙ୍କ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବି ପାତ୍ର

ପୋଲସରା(ଅନୀଲ କୁମାର ମହାରଣା): ଦିର୍ଘ ଦିନ ଧରି ପୋଲସରା ବ୍ଳକର ଗାଁ ସାଥି (ମେଟ୍)ଙ୍କ ବିଭିନ୍ନ ସମସ୍ୟା ରହିଥିବା ବେଳେ ଏହାର ପ୍ରତିକାର କରିବା ପାଇଁ ଦାବି କରିଆସୁଥିଲେ ମଧ୍ଯ ତାହାର ସମାଧାନ ହୋଇପାରୁନାହିଁ । ଗତ ବିଜେଡି ସରକାର ଓ ପୂର୍ବତନ ମନ୍ତ୍ରୀଙ୍କୁ ଗାଁ ସାଥିଙ୍କ ସମସ୍ୟା ସମ୍ପର୍କେ ଅବଗତ କରାଇ ଆସିଥିଲେ ମଧ୍ଯ ତାଙ୍କ ହକ ଦାବିର କୈାଣସି ବାଟ ବାହାରି ନଥିଲା। ଏହାସହିତ ସରକାର ପରିବର୍ତ୍ତନ ହେଲା , ଗାଁ ସାଥିଙ୍କ ଆଶା ଓ ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ଆଶା ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦୁଇ ଥର ଭେଟି ସମସ୍ୟା ସମ୍ପର୍କ ବିଷୟରେ ଅବଗତ କରାଇଥିଲେ ମଧ୍ଯ ପୂର୍ବତନ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀ ତାହା ସମ୍ଭବପର କରାଇ ଦେଇନଥିଲେ। ଗାଁ ସାଥିଙ୍କ ଭବିଷ୍ୟତ ଆଶା ମୌଳି ଯାଇଛି। ଯାହାକୁ ନେଇ ୦୧/୦୬/୨୫ ସୋମବାର ଦିନ ଗାଁ ସାଥି ସଭାପତି ଅଶୋକ କୁମାର ବିଷୋୟୀ, ସମ୍ପାଦକ ଲଳିତ ମୋହନ ନାୟକ, କୋଷାଧ୍ୟକ୍ଷ ବସନ୍ତ ଗୌଡ଼,ସାଇବ ସ୍ବାଇଁ, ଚିତ୍ରସେନ ଦାସ, ସୁଶାନ୍ତ କୁମାର ସାହୁ ସମେତ ଅନ୍ୟ ମାନେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ନେଇ  ପୋଲସରା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଦାବି କରିଥିଲେ। ତୁରନ୍ତ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବ୍ଳକ କମ୍ପୁଟର ପ୍ରୋଗ୍ରାମ ଅଫିସ୍ କବିରାଜ ପ୍ରଧାନ କହି ଆଗାମୀ ଦିନରେ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଆରଏସ, ସମସ୍ତ ସରପଞ୍ଚ ଓ ଗାଁ ସାଥିଙ୍କୁ ନେଇ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ