ଧର୍ମପରାୟଣା ମହିଳାଙ୍କ ଦେହାନ୍ତ
ଗୁଣପୁର,(ୱାଇଏନଏସ): ନିଳାଦ୍ରୀ ବିହାର ଲେନ୍ ୨ର ବିଶିଷ୍ଟ ଠିକାଦାର ସୀମାଞ୍ଚଳ ନିମାଲପୁରିଙ୍କ ମା ସ୍ଵର୍ଗତଃ ଚନ୍ଦ୍ରମା ନିମାଲିପୁରୀ ( ୯୦)ଙ୍କ ଶନିବାର ଦିନ ନିଜ ବାସଭବନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ବୟସାଧିକ ରୋଗରେ ପିଢିତ ଥିଲେ। ତାଙ୍କ ମରଶଯ୍ୟା ନିକଟରେ ତିନି ପୁଅ କାଶୀନାଥ, ସୀମାଞ୍ଚଳ,ତିରୁପତି ଓ ଝିଅ ହାରାବତୀ ବେହେରା,ବୋହୁ,ଜୋଇଁ, ନାତି ନାତୁଣୀ ଉପସ୍ଥିତ ରହିଥିଲେ। ସ୍ଵର୍ଗତଃ ଚନ୍ଦ୍ରମା ଦେବୀ ଜଣେ ଧର୍ମ ପରାୟଣା ଓ ପରୋପକାରୀ ସ୍ଵଭାବର ମଣିଷ ଥିଲେ। ତାଙ୍କ ମରଶରୀରକୁ ଗୁଣପୁର ବଂଶଧାରା ନଦୀ କୂଳରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ଵର୍ଗତଃ ଚନ୍ଦ୍ରମା ଦେବୀଙ୍କ ନିଜଘର ପଦ୍ମପୁର ବ୍ଲକ ପାଟଗୁଡା ।ତାଙ୍କ ବିୟୋଗରେ ଶୈଣ୍ଡିକ ସମାଜ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।


