ବିଜେପି ଦଳରେ ୬ଜଣ ଅଵସର ପ୍ରାପ୍ତ ଶିକ୍ଷକ ଯୋଗଦାନ ନେଇ ଚର୍ଚ୍ଚା

ଗୁଣପୁର,(ୱାଇଏନଏସ): ଗୁରୁବାର ଦିନ ଗୁଣପୁର ପୋୖର ପାଳିକାର ଚର୍ଚ୍ଚିତ ଗୌଡ଼ ଦମ୍ପତିଙ୍କ ସମେତ ଅନେକ ଭୁବନେଶ୍ୱରରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗ୍ରହଣରେ ବିଜେପି ଦଳରେ ଯୋଗଦେଇଥିଲେ। ତେବେ ଏହି ମିଶ୍ରଣକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଦୁଇ ଦିନ ମଧ୍ୟରେ ପ୍ରାୟ ଥମି ଯାଇଥିବା ବେଳେ ସେହିଦିନ ମିଶ୍ରଣ ପର୍ବରେ ଯୋଗଦେଇଥିବା ଗୁଣପୁର ସହରର ୬ ଜଣ ଅଵସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ନେଇ ବର୍ତ୍ତମାନ ଭିନ୍ନ ଦୃଷ୍ଟିରେ ଦେଖାଯାଇଛି। ବିଜେପି ଦଳରେ ଯୋଗଦେଇଥିବା ଚାକିରୀରୁ ଅଵସର ଗ୍ରହଣ ଶିକ୍ଷକ ମାନଙ୍କ ମଧ୍ୟରେ ଲୋକପ୍ରିୟ ଶିକ୍ଷକ ନୀଳ ମାଧବ ପାଢ଼ୀ (୭୫),ରାଜେନ୍ଦ୍ର ନାୟକ(୭୦),ବିଜୟ ମହାନ୍ତି(୬୩),ସୁରେଶ ପାଢ଼ୀ(୬୧),ଟି ଗୋପାଳ ରାଓ(୬୧),ଏମ କ୍ରିଷ୍ଣା ରାଓ(୬୧) ପ୍ରମୁଖ ରହିଛନ୍ତି। ବିଜେପି ଦଳରେ ରାଜନେତା ଓ ଠିକାଦାର ମାନେ ମିଶିବା ପଛରେ ଅନେକ ସ୍ଵାର୍ଥ ସମ୍ବଳିତ କାରଣ ଓ ଉଦେଶ୍ୟ ଥାଇ ପାରେ। ଅଞ୍ଚଳର ବିକାଶ ନିମନ୍ତେ ଦଳରେ ମିଶିଥିବା ନେଇ ବାହାରେ ଡିଣ୍ଡିମ ପିଟୁଥିଲେ ମଧ୍ୟ ଏହା ନିଶ୍ଚିତଯେ ନିଜର ମହା ଦୁର୍ନୀତିକୁ ଚପେଇ ସୁରକ୍ଷିତ ରହି ପଦପଦବୀ ହାସଲ କରିବା, ଆଉ କେହି ଠିକା କାମ,ବାଲିଘାଟ ଭଳି କାମ ଧେନୁ ଗାଈ ହାତେଇ ବ୍ୟବସାୟ କରିବା ଏବଂ ଆଉ କେତେ ଶାସକ ଦଳରେ ନିଜେ ସୁରକ୍ଷିତ ରହି ବିରୋଧୀ ଓ ଶତୃ ମାନଙ୍କ ବିରୋଧରେ ଚୁଗୁଲି , ପ୍ରତିଶୋଧ ନେବା ନେଇ ସୁଯୋଗ ରହିଥିବା ଇତ୍ୟାଦି ଉଦେଶ୍ୟ ରହିଥିବା ବିଷୟକୁ କେହି ଅସ୍ବୀକାର କରିପାରିବେ ନାହିଁ। କିନ୍ତୁ ଯେଉଁ ୬ ଜଣ ଅଵସର ଗ୍ରହଣ କରିଥିବା ଶିକ୍ଷକ ବିଜେପି ଦଳରେ ଯୋଗଦେବା ପଛରେ ସେହିଭଳି ନିର୍ଦ୍ଧିଷ୍ଟ ଉଦେଶ୍ୟ କିମ୍ବା କାରଣ ନାହିଁ ବୋଲି କୁହାଯାଇଛି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାକି ଜୀବନ ଗୁଣପୁର ଅଞ୍ଚଳର ବିକାଶରେ ନିଜକୁ ନିୟୋଜିତ କରି ସେବା କରିବା ପାଇଁ ଦଳରେ ଯୋଗଦେଇଥିବା କହୁଛନ୍ତି। ବର୍ତ୍ତମାନ ଗୁଣପୁର ସହରରେ ସେମାନେ ଶିକ୍ଷକରୁ ରାଜନେତା ବନିଯାଇଥିବା ଚର୍ଚ୍ଚା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ