ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – “ଦ ଭିଲେଜ୍ ଷ୍ଟୋର”, କଟକ ଠାରେ ଉପମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ

କଟକ, (ଓ୍ବାଇଏନଏସ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧୀନରେ ଓରମାସ ପକ୍ଷରୁ କଟକର ନେତାଜୀ ବସ୍ ଟର୍ମିନାଲ (CNBT) ଠାରେ ନବ ସ୍ଥାପିତ “ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର – ଦ ଭିଲେଜ୍ ଷ୍ଟୋର” ର ସଫଳ ଶୁଭାରମ୍ଭ ପରେ ଆଜି ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଏହି ସମୟରେ କଟକ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍, ଡିପୁଟି କମିଶନର ଅଫ୍ ପୋଲିସ୍ (DCP), କଟକ ମହାନଗର ନିଗମ (CMC) କମିଶନର ଓ ଓରମାସର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଶ୍ରୀ ବିପିନ ରାଉତ ଓରମାସର joint CEO ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ଏହି ବଜାରର ବିଶେଷ ପରିକଳ୍ପନା ବିଷୟରେ ଅବଗତ କରାଇଥିଲେ। ଏହି ପ୍ରୟାସ ମାଧ୍ୟମରେ ଗ୍ରାମୀଣ ସ୍ୱୟଂସାହାୟକ ଗୋଷ୍ଠୀ (SHGs), କୃଷକ ଓ କାରିଗରମାନଙ୍କ ଉତ୍ପାଦିତ ପଣ୍ୟଗୁଡ଼ିକୁ ସରାସରି ବଜାର ସୁବିଧା ମିଳିବା ସହ ମଧ୍ୟସ୍ଥମାନଙ୍କୁ ଦୂର କରି ପ୍ରାଥମିକ ଉତ୍ପାଦକମାନଙ୍କୁ ଯଥାର୍ଥ ମୂଲ୍ୟ ନିଶ୍ଚିତ କରାଯାଉଛି। ସେହିପରି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ଐତିହ୍ୟକୁ ଏଠାରେ ପ୍ରଦର୍ଶନ କରାଯାଉଛି।ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ସୁର୍ୟକାନ୍ତି ସିଂହ, ଯିଏ କଟକ ଗ୍ରାମୀଣ ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡର ଜଣେ ଶେୟରହୋଲ୍ଡର, ସହ ଆଲୋଚନା କରିଥିଲେ ଓ ଏହି ପ୍ରୟାସର ତଳ ସ୍ତରର ପ୍ରଭାବକୁ ସ୍ୱୀକାର କରି ପ୍ରଶଂସା କରିଥିଲେ। ସେ ଏଠାରେ ପ୍ରଦର୍ଶିତ ପଣ୍ୟର ଗୁଣତ୍ୱ, ବିବିଧତା ଓ ଉପସ୍ଥାପନା ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ। ଶ୍ରୀମତୀ ପରିଡା ଓରମାସର ଏହି ନୂତନ ପ୍ରୟାସକୁ ପ୍ରଶଂସା କରି ଗ୍ରାମୀଣ ଜୀବିକା ସୁଦୃଢ କରିବା, ମହିଳା ସ୍ୱୟଂସାହାୟକ ଗୋଷ୍ଠୀମାନଙ୍କୁ ସଶକ୍ତ କରିବା ଓ ଗ୍ରାମ ଓ ସହର ମଧ୍ୟରେ ସୁସ୍ଥାୟୀ ବଜାର ସଂଯୋଗ ସୃଷ୍ଟିରେ ଏହାର ଭୂମିକାକୁ ଉଲ୍ଲେଖ କରିଥିଲେ। ଏହି ପରିଦର୍ଶନ ରାଜ୍ୟ ସରକାରଙ୍କ ଅନ୍ତର୍ଭୁକ୍ତିମୂଳକ ବିକାଶ, ସ୍ଥାନୀୟ ଉଦ୍ୟମ ପ୍ରୋତ୍ସାହନ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ପ୍ରତି ଅଟୁଟ ପ୍ରତିବଦ୍ଧତାକୁ ପୁନରୁଚ୍ଚାର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ