ନେସ୍କୋ ପାୱାର ଏମ୍ପ୍ଲୟିଜ୍ ୟୁନିୟନରୁ ଜ୍ୟୋତିକୃଷ୍ଣ ବେହେରା ବହିଷ୍କୃତ

ବାଲେଶ୍ୱର, (ସରୋଜ ପଣ୍ଡା): ଗତ ୧୦ ତାରିଖ ଦିନ ସଂଘର କାର୍ଯ୍ୟକାରିଣୀ ବୈଠକରେ ନେସ୍କୋ ପାୱାର ଏମ୍ପେ୍ଲାଇଜ୍ ୟୁନିୟନ, ବାଲେଶ୍ୱର ପକ୍ଷରୁ ସଂଘର ଶୃଙ୍ଖଳା, ଏକତା ଓ ସମ୍ବିଧାନକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ଏକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସଂଘ ବିରୋଧୀ କାର୍ଯ୍ୟ ଏବଂ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତିକୁ ଅବମାନନା କରିଥିବା ଅଭିଯୋଗରେ ଶ୍ରୀ ଜ୍ୟୋତିକୃଷ୍ଣ ବେହେରାଙ୍କୁ ସଂଘର ପ୍ରାଥମିକ ସଦସ୍ୟପଦରୁ ବହିଷ୍କୃତ କରାଯାଇଛି। ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ବେହେରାଙ୍କ ବିରୁଦ୍ଧରେ କିଛି ଗୁରୁତର ଅଭିଯୋଗ ଉଠିଥିଲା। ଶ୍ରୀ ଜ୍ୟୋତିକୃଷ୍ଣ ବେହେରାଙ୍କ ଉପସ୍ଥିତିରେ ତାଙ୍କ ବିରୁଦ୍ଧରେ ସଂଘର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ନିଷ୍ପତ୍ତିକୁ ନିଜେ ଉଲ୍ଲଂଘନ କରିବା, ନେସ୍କୋ / ଟିପିଏନ୍‌ଓଡିଏଲ୍ ଟ୍ରଷ୍ଟ ବୋର୍ଡ଼ ନିର୍ବାଚନରେ ସଂଘର ମନୋନୀତ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନରେ ଯୋଗଦେବା ଏବଂ ସଂଘର ନାମ ଓ ବେନରର ଅନୁଚିତ ବ୍ୟବହାର ଭଳି ଅଭିଯୋଗ ଅନ୍ତର୍ଭୁକ୍ତ। ଏହି ପ୍ରସଙ୍ଗରେ ସଂଘ ପକ୍ଷରୁ ପୂର୍ବରୁ ଏକ ଝଷକ୍ଟଙ୍ଗ ଉବଙ୍କଗ୍ଦର ଘକ୍ଟଗ୍ଧସମର ଜାରି କରାଯାଇ ତାଙ୍କୁ ନିଜ ପକ୍ଷରୁ ସ୍ପଷ୍ଟୀକରଣ ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ତଥାପି, ସେ ଏହି ଝଷକ୍ଟଙ୍ଗ ଉବଙ୍କଗ୍ଦର ଘକ୍ଟଗ୍ଧସମର କୁ ଖାତିର ନକରି କୌଣସି ଉତ୍ତର ନ ଦେବା ବିଷୟଟିକୁ ସଂଘର କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀକାଳରେ, ସମସ୍ତ ପରିସ୍ଥିତି ଓ ତଥ୍ୟକୁ ବିଚାର କରି ସଂଘର କାର୍ଯ୍ୟକାରିଣୀ ସଭ୍ୟମାନେ ଏହାକୁ ଗମ୍ଭୀର ଶୃଙ୍ଖଳାଭଙ୍ଗ ଏବଂ ସଂଘର ସ୍ୱାର୍ଥ ବିରୋଧୀ କାର୍ଯ୍ୟ ବୋଲି ମନେ କରିଥିଲେ। ଏହାପରେ ସମସ୍ତଙ୍କ ସମ୍ମତି ସହ ତାଙ୍କୁ ସଂଘରୁ ବହିଷ୍କୃତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସଂଘର ଷ୍ଟେୟାରିଙ୍ଗ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ପଦକ୍ଷେପ ସଂଘର ନୀତି, ଶୃଙ୍ଖଳା ଓ ସଂଘଟିତ ଶକ୍ତିକୁ ଅକ୍ଷୁଣ୍ଣ ରଖିବା ପାଇଁ ନିଆଯାଇଛି ଏବଂ ଆଗାମୀଦିନରେ ଏପରି କୌଣସି ଅନୁଶାସନହୀନ କାର୍ଯ୍ୟ ପ୍ରତି ସଂଘ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରିବ ଏବଂ ସଂଘର ସମସ୍ତ ସଭ୍ୟମାନଙ୍କୁ ନିବେଦନ କରାଯାଇଛି ସେମାନେ ଆଗାମୀ ଦିନରେ ସଂଗଠନ କାର୍ଯ୍ୟରେ ଶ୍ରୀ ବେହେରାଙ୍କ ସହ ଯୋଗାଯୋଗ ରଖିବେ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ