ଦେଶୀରନ୍ଧା ମଦ ଓ ମହୁଲ ପୋଚ ଜବତ, ୨ଜଣ ଗିରଫ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଆଜି ନନ୍ଦିପଦା ଓ ସୋସୋ ଥାନା ଅଧିନସ୍ଥ ସୁନ୍ଦରାପାଳ, ପୁରୁଣାପାଣି, ଷଡ଼ଙ୍ଗୀ, ଅଞ୍ଚଳରେ ଚଢ଼ାଉ କରାଯାଇ ୨୭୪ଲିଟର ଦେଶୀ ମଦ ଓ ୩୦୦୦ ଲିଟର ମହୁଲ ପୋଚ ଓ ୨.୭୦୦ ମହୁଲି ଜବତ କରିଛି। ଏହି ଘଟଣାରେ ହାଟଡିହି ଅବକାରୀ ବିଭାଗ ପକ୍ଷରୁ ୩ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି। ଏଥିସହ ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଅମାନ୍ତ, କୁନି ବେସରାଙ୍କୁ ଗିରଫ କରା ଯାଇଛି। ଏହି ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ ।


