ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ

ହାଟଡିହି (ଓ୍ବାଇଏନଏସ) : ଶାସଙ୍ଗ ଗ୍ରାମରେ ଅନେକ ବର୍ଷ ହେଲା ରାଧାକୃଷ୍ଣ ପୂଜା ହୋଇ ଆସୁଥିବା ବେଳେ ରାଧାକୃଷ୍ଣ ଙ୍କ ମନ୍ଦିର ନଥିଲା। ଗ୍ରାମର ଚକ୍ରଧର ସାହୁଙ୍କ ଉଦ୍ୟମ କ୍ରମେ ମନ୍ଦିର ନିର୍ମାଣ କରାଯାଇ ଆଜି ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଚକ୍ରଧର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଉତ୍ସବ ରେ କାର୍ତ୍ତିକେଶ୍ୱର ସାହୁ, ଭାରତୀ ସାହୁ କର୍ତ୍ତା ଭାବେ ପୂଜା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ପଣ୍ଡିତ ଚିନ୍ତାମଣି ପାଢ଼ୀ ଓ କୃପାସିନ୍ଧୁ ପାଢ଼ୀ ପୂଜାର୍ଚନା କରିଥିଲେ। ଏଥିରେ ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, କିଶୋର ଆଚାର୍ଯ୍ୟ, ବସନ୍ତ ବେହେରା, ଖଗେଶ୍ୱର ବାରିକ, ପ୍ରାଣ ବଲ୍ଲବ ବିଶ୍ୱାଳ, ସୁଧାଂଶୁ ବିଶ୍ୱାଳ, ଶାନ୍ତନୁ ରାଉତ, ଶିଶିର କୁମାର ବିଶ୍ୱାଳ, ପ୍ରଦୀପ ସ୍ୱାଇଁ, ଯୁଧିଷ୍ଠିର ବିଶ୍ୱାଳ, ଚୈତନ ଘଡେଇ, ବୀରବର ଦାସ, ବାବନ ସାହୁ, ରବୀନ୍ଦ୍ର ସାହୁ, ଉତ୍ତମ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଭାଗିରଥି ସାହୁ, ବିଜୟ କୁମାର ସାହୁ, ତପନ କୁମାର ସାହୁ, ଉଦୟନାଥ ବାରିକ, ରବୀନ୍ଦ୍ର ପାତ୍ର, ଅର୍ଜୁନ ଭୂୟାଁ, ଉତ୍ତମ ବାରିକଙ୍କ ସମେତ ଶାସଙ୍ଗ ଗ୍ରାମର ସମସ୍ତ ଗ୍ରାମବାସୀ ସାମିଲ ହୋଇ ରତ୍ନଭଣ୍ଡାରରେ ଧନ ରତ୍ନ ପରିପୂର୍ଣ୍ଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ