ଦେଶୀମଦ ଓ ମହୁଲ ପୋଚ ଜବତ, ୫ଜଣ ଗିରଫ

ହାଟଡିହି (ଓ୍ବାଇଏନଏସ): ଅବକାକାରୀ ବିଭାଗ ପକ୍ଷରୁ ଆଜି ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବଦ କରାଯାଇଥିବା ବେଳେ ୫ଜଣଙ୍କୁ ଗିରଫ କରାଯାଇଛି। କେନ୍ଦୁଝର ଅବକାରୀ ଅଧିକ୍ଷକ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି  ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ନନ୍ଦିପଦା ଓ ସୋସୋ ଥାନା ଅନ୍ତର୍ଗତ  ଟିଲଗଡିଆ, ଢେଙ୍କା, ସୁନ୍ଦରାପାଳ,ପଢ଼ିଆରିପଲ୍ଲି  ଅଞ୍ଚଳରେ ଚଢ଼ାଉ କରାଯାଇ ୩୦୪ଲିଟର ଦେଶୀରନ୍ଧା ମଦ  ଓ ୩୫୦୦ ଲିଟର ମହୁଲ ପୋଚ ଜବତ କରିଵା ସହ ଉକ୍ତ ଗ୍ରାମର ଶ୍ରୀରାମ ମାରାଣ୍ଡି, ଫୁଲ ମାଝୀ, ମାୟା ମାଝୀ, ଶ୍ରୀକାନ୍ତ ପାତ୍ର ଓ ପାରୁ ଟୁଡୁଙ୍କୁ ଗିରଫ କରାଯାଇଛି।  ଏହି ଘଟଣାରେ ହାଟଡିହି ଅବକାରୀ ବିଭାଗ ପକ୍ଷରୁ ୬ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ,କନେଷ୍ଟବଳ ଜଗମୋହନ ବେହେରା,ଆରତୀ ବେହେରା, ସୁରେଶ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ