ଏଆଇ କୁମ୍ଭୀର ଭିଡିଓ ଉପରେ ଆତଙ୍କିତ ନ ହେବାକୁ ଜିଲ୍ଲାବାସୀ ଙ୍କୁ ଆହ୍ୱାନ: ଡିଏଫ୍ଓ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ସୋସିଆଲ୍ ମିଡିଆରେ ଏ ଆଇ ଦ୍ବାରା ପ୍ରସ୍ତୁତ କୁମ୍ଭୀରଙ୍କ ନକଲି ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଏନେଇ ମାଲକାନଗିରି ଡିଏଫଓ ସାଇ କିରଣ ଡିଏନ୍ ଲୋକଙ୍କୁ ଗୁଜବରେ ବିଶ୍ଵାସ ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏ ଆଇ ଜରିଆରେ ତିଆରି ନକଲି ଫଟୋ କିମ୍ବା ଭିଡିଓକୁ ସତ୍ୟ ବୋଲି ପ୍ରଚାର କରିବା ଦଣ୍ଡନୀୟ ଅପରାଧ । ଏପରି ମିଥ୍ୟା -ତଥ୍ୟ ପ୍ରସାରଣ କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି କୁମ୍ଭୀର ସମ୍ପର୍କିତ ଫଟୋ କିମ୍ବା ଭିଡିଓ ସୋସିଆଲ୍ ମିଡିଆରେ ଦେଖିଲେ ତୁରନ୍ତ ବିଶ୍ବାସ ନ କରି ବନ ବିଭାଗକୁ ଅବଗତ କରିବାକୁ ସେ ଅନୁରୋଧ କରିଛନ୍ତି I ଉକ୍ତ ଭିଡିଓ ଟି ମିଥ୍ୟା ବୋଲି ଡିଏଫଓ ସ୍ପଷ୍ଟ କରିଛନ୍ତି । ସତ୍ୟତା ଯାଞ୍ଚ ପରେ ବିଭାଗ ପକ୍ଷରୁ ସଠିକ୍ ସୂଚନା ଦିଆଯିବ ।


