ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାପତି ହେଲେ ଦିପ୍ତିମୟୀ ଖୁଣ୍ଟିଆ

ହାଟଡିହି (ଓ୍ବାଇଏନଏସ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ମହିଳା ମୋର୍ଚ୍ଚା ଗଠନ କରାଯାଇଛି। ଏଥିରେ ବଞ୍ଚୋ ଗ୍ରାମର ଦିପ୍ତିମୟୀ ଖୁଣ୍ଟିଆଙ୍କୁ ଉପ ସଭାପତି ଭାବେ ମନୋନୀତ କରାଯାଇଛି। ଏନେଇ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଚପଳା ମହାକୁଡ଼ ଶ୍ରୀମତୀ ଖୁଣ୍ଟିଆଙ୍କ ନାମ ଉପ ସଭାପତି ଭାବେ ଘୋଷଣା କରିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଶ୍ରୀମତୀ ଖୁଣ୍ଟିଆ ପୂର୍ବରୁ ଦଳର ବିଭିନ୍ନ ସାଙ୍ଗଠନିକ ପଦରେ ରହି ସଫଳତାର ସହ ତାଙ୍କ ଦାୟିତ୍ୱ ନିର୍ବାହ କରିଛନ୍ତି। ଜିଲ୍ଲା ଉପ ସଭାପତି ଦାୟିତ୍ୱ ମିଳିବା ପରେ ଦଳୀୟ ସଂଗଠନକୁ ମଜବୁତ କରିବା ସହିତ ମହିଳା ମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତାଙ୍କୁ ଉପ ସଭାପତି ଦାୟିତ୍ୱ ମିଳିବା ପରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହର ମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ଶଶିକାନ୍ତ ରାଉତଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି ଓ କର୍ମକର୍ତ୍ତା ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ