ବିଜ୍ଞପ୍ତି ବିରୋଧ ରେ ବଢୁଛି ଅସନ୍ତୋଷ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ହାଟଡିହି (ଓ୍ବାଇଏନଏସ) ଗତ ଅଗଷ୍ଟ ୩୦ ତାରିଖରେ ରାଜ୍ଯ ସରକାର ଗୃହ ବିଭାଗ ମାଧ୍ୟମରେ ପ୍ରକାଶିତ କରିଥିବା ବିଜ୍ଞପ୍ତି ବିରୋଧରେ ଆଜି ସାରା ରାଜ୍ୟରେ ଏସ.ସି, ଏସ.ଟି ବର୍ଗ ର ଲୋକମାନଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି କୁ ଏସ.ସି, ଏସ.ଟିଙ୍କ ପକ୍ଷରୁ ଘୋର ବିରୋଧ ମଧ୍ୟ କରାଯାଉଛି। ପୂର୍ବରୁ ଏସ.ସି, ଏସ.ଟି, ପିଓଏ ଆକ୍ଟର ତଦନ୍ତ ଅଧିକାର ଦାୟିତ୍ବ ଏସ.ଡି.ପି.ଓ କିମ୍ବା ଏସ. ପି ସ୍ତରରେ ଥିବା ବେଳେ ବର୍ତମାନ ସରକାର ଏହି ଦାୟିତ୍ବ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ମାନଙ୍କୁ ଦେବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ସ୍ଥାନୀୟ ମଧ୍ୟସ୍ଥି ଓ ନେତା ଙ୍କ ଦ୍ଵାରା ପ୍ରଭାବିତ ହେବେ ଏବଂ ଏହି ଅନଭିଜ୍ଞ ଅଫିସର ମାନେ ଏହି ମାମଲାର ଉଚିତ ତଦନ୍ତ କରିବାରେ ବିଫଳ ହେବେ ।ଏଥିରେ ଏସ.ସି, ଏସ.ଟି, ପିଓଏ ଆକ୍ଟ ଅଧିକ ଦୂର୍ବଳ ହେବା ସହ ଅନୁସୂଚିତ ବର୍ଗଙ୍କ ଉପରେ ଅତ୍ୟାଚାର ବହୁ ମାତ୍ରା ରେ ବଢ଼ିବାରେ ଲାଗିବ। ତେଣୁ ଏହି ବିଜ୍ଞପ୍ତି କୁ ବିରୋଧ କରି ସାରା ରାଜ୍ୟର ଅନୁସୂଚିତ ଜାତି ଜନଜାତି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଆଜି ରାଜ୍ୟ ସରକାର ଓ ଗୃହ ବିଭାଗ ଙ୍କ ଉଦେଶ୍ୟ ରେ ସମସ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ଏହାର ତୁରନ୍ତ ପ୍ରତ୍ୟାହର କରିବା ନିମନ୍ତେ ଦାବୀପତ୍ର ପ୍ରଦାନ କରିବା ସହ ଏସ.ସି, ଏସ.ଟି, ପିଓଏ ଆକ୍ଟର ତଦନ୍ତ ଅଧିକାର ଏସଡିପିଓ ଏବଂ ତାଙ୍କ ଉପରୋକ୍ତ ପଦାଧିକାରୀ ମାନଙ୍କୁ ତଦନ୍ତ ଅଧିକାର ଦିଆଯାଉ ଏବଂ ଏସ.ସି, ଏସ.ଟି, ପିଓଏ ଆକ୍ଟକୁ କଡ଼ାକଡ଼ି ଲାଗୁ କରାଯିବା ନିମନ୍ତେ ଆଜି ଭୀମ୍ ଆର୍ମି ଭାରତ ଏକତା ମିଶନ ତରଫରୁ ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା, ବ୍ଲକ୍ ସଭାପତି ରଶ୍ମି ରଞ୍ଜନ ଜେନା , ସଧାରଣ ସମ୍ପାଦକ ବିକ୍ରମ ଜେନା , ବ୍ଲକ୍ ସଂଯୋଜକ ବିଜୟ ଜେନାଙ୍କ ସମେତ ଦିଲ୍ଲୀପ ନାୟକ , ତାପସ ଜେନା , ଦେବ କୁମାର ଜେନା ଅନିରୁଦ୍ଧ ମଲ୍ଲିକ ,ସମପ୍ରୀତି ମାରାଣ୍ଡି, ଆଲୋକ ମଲ୍ଲିକ ଦୁର୍ଯ୍ୟଧନ ସେଠୀ ସୁଦର୍ଶନ ଜେନାଙ୍କ ସହ ଅନେକ କର୍ମୀ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।