ଡିଜିଜ ରିଭର୍ସାଲ ହିଲିଙ୍ଗ ସିଟି ସେଣ୍ଟର ଉଦଘାଟିତ
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ମା’ ରାମାୟଣୀ ଆମ୍ମା ସୌଭାଗ୍ୟ କଲ୍ୟାଣ ମଣ୍ଡପ ପରିସରରେ ସଫଳତାର ସହ ସବିତା ଆରୋଗ୍ୟ କୁଟୀର ଓ ମା’ ରାମାୟଣୀ ଆମ୍ମା ପୂଜା କମିଟି ର ମିଳିତ ଆନୁକୂଲ୍ୟରେ ଦି ଡିଜିଜ ରିଭର୍ସାଲ ହିଲିଙ୍ଗ ସିଟି ସେଣ୍ଟର (ନେଚୁରପାଥି କ୍ଲିନିକ୍) ଆନୁଷ୍ଠାନିକ ଭାଵେ ଉଦ୍ଘାଟନ ହୋଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିଦାନନ୍ଦ ଦିବ୍ୟଧାମ, ଅଗସ୍ତିନୁଆଁ ଗାଁ ରେ ଅଵସ୍ଥାପିତ ଦି ଡିଜିଜ ରିଭର୍ସାଲ ହିଲିଙ୍ଗ ସେଣ୍ଟର ମୁଖ୍ୟ ତଥା ଭୁବନେଶ୍ୱର ସୋମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡ଼ାକ୍ତର ଗୁରୁମୁର୍ତ୍ତି ମହାପାତ୍ର , ସମ୍ମାନିତ ଅତିଥି ଭାବେ ସବୀତା ଆରୋଗ୍ୟ କୁଟୀର, ଛତ୍ରପୁର ର ଡ଼ାକ୍ତର ସୁଧୀର କୁମାର ସାହୁ,ୟୋଗ ଗୁରୁ ଲୀପକ, ମା’ ରାମଚଣ୍ଡୀ ଶକ୍ତିପୀଠ ର ସଂଯୋଜକ ଶ୍ରୀ କମଳ ପଣ୍ଡା, ବ୍ରହ୍ମପୁର ସହରର ଵିଶିଷ୍ଟ ସମାଜସେବୀ ଶିବ ଶଙ୍କର ଦାଶ, ମା’ରାମାୟଣୀ ଆମ୍ମା ମନ୍ଦିର କମିଟିର ସମ୍ପାଦକ ଶ୍ରୀ ବି. ଶ୍ରୀନିବାସ, ମା’ ରାମଚଣ୍ଡୀ ଶକ୍ତିପୀଠ ପୁଜା କମିଟି ସଭାପତି ଶ୍ରୀ ସି.ଏଚ୍.ଦୟାନନ୍ଦ ରେଡ଼୍ଡୀ, ଏଵଂ ମୁଖ୍ୟ ବକ୍ତା ଭାବେ ଭାଗଵତ ଭାସ୍କର ଶ୍ରୀ ଜଗନ୍ନାଥ ପଣ୍ଡା ଉପସ୍ଥିତ ରହି ସଭା କାର୍ଯ୍ୟ ସଂପାଦିତ ହୋଇଥିଲା । ଡ଼ାକ୍ତର ଗୁରୁ ମୂର୍ତ୍ତି ଓ ସୁଧୀର ବିନା ଔଷଧରେ ମଧୁମେହ କିପରି ଆରୋଗ୍ୟ ହୋଇ ପାରିବ ସେ ସମ୍ବନ୍ଧୀୟ କର୍ମଶାଳା ଲୋକମାନଙ୍କ ଆଗରେ ରଖିଥିଲେ। ୟୋଗ ଗୁରୁ ଲୀପକ ୟୋଗ ମାଧ୍ୟମରେ ଶରୀର ଆରୋଗ୍ୟ କୌଶଳ ଲୋକଙ୍କୁ ବୁଝାଇଥିଲେ । ଏହି ସେଣ୍ଟର ମା’ ରାମାୟଣୀ ଆମ୍ମା ସୌଭାଗ୍ୟ କଲ୍ୟାଣ ମଣ୍ଢପ ପରିସରରେ ପ୍ରତ୍ୟେକ ରବିବାର ଅପରାହ୍ନ ୪ରୁ ୫ଘଟିକା ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମ କୁ ଯୁଵ ଜ୍ୟୋତିଷୀ ତଥା ସବିତା ଆରୋଗ୍ୟ କୁଟୀର ମୁଖ୍ୟ ଦୀପକ କୁମାର ଦାଶ ସଂଯୋଜନା କରିଥିଲେ ଏବଂ ବି. ଶ୍ରିନୀଵାସ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଯୁବ ୟୁଟୁବର ଲିପୁନ୍ ବାବୁଙ୍କୁ ସମ୍ମାନିତ କରାଯାଇଥିଲା ।


