“ସହଯୋଗ“ ଅଭିଯାନର ସଫଳ କାର୍ଯ୍ୟକାରିତା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ 

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବସବାସ କରୁଥିବାଆର୍ଥିକଅନଗ୍ରସରବ୍ୟକ୍ତିମାନଙ୍କୁସରକାରଙ୍କବିଭିନ୍ନଜନକଲ୍ୟାଣକାରୀ ଯୋଜନା ବାବଦରେ ସଚେତନ କରିବା ସହ ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ସେହି ସବୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭହେବାକୁଯାଉଥିବାସହଯୋଗ” ଅଭିଯାନକୁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳରେ ସଫଳ ଭାବେ ପ୍ରଣୟନ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମିର୍ଦ୍ଧା ଟପ୍ପୋ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଜିଲ୍ଲାର ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସରକାରଙ୍କ ଏହି ଅଭିନଵ ପଦକ୍ଷେପର ଉଦ୍ଦେଶ୍ୟ ବାବଦରେ ବିଷଦ ଆଲୋଚନା କରିଥିଲେ।  ସହରାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଅନେକ ସରକାରୀ ଯୋଜନାରୁ ବଂଚିତ ହେଉଥିବାରୁ ସେମାନଙ୍କୁ ଚିହ୍ନଟ କରି ବ୍ୟାପକ ସଚେତନାମାଧ୍ୟମରେଆବଶ୍ୟକସ୍ଥଳେ ହିତାଧିକାରୀ ମାନଙ୍କୁ ସେମାନଙ୍କ ଘରେ ସୁବିଧା ପହଂଚାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଥିଲା।  ସହରାଞ୍ଚଳରେ ବିଶେଷ ଭାବେ ପ୍ରଚଳିତ ସରକାରଙ୍କ ମୁଖ୍ୟ ୧୩ ଗୋଟି ସୁବିଧା ତଥା ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ, ପିଏମ ବିଶ୍ୱକର୍ମା, ଆୟୁଷ୍ମାନ ଭାରତ, ଶ୍ରମିକ କାର୍ଡ, ଦିବ୍ୟାଙ୍ଗ ପ୍ରମାଣପତ୍ର, ସୁଭଦ୍ରା, ଖାଦ୍ୟ ନିରାପତ୍ତା, ପିଏମ ସୁରକ୍ଷା, ଗାରିମା ଓ ଉଜ୍ଜ୍ଵଳାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ସମସ୍ତ ବ୍ୟକ୍ତିଙ୍କୁ ଯୋଡ଼ି ଗରିବ ଶ୍ରେଣୀ ଲୋକଙ୍କ ଜୀବନଧାରଣାର ମାନରେ ଉନ୍ନତି ଆଣିବା ନିମନ୍ତେ ବୈଠକରେ ଜୋର ଦିଆଯାଇଥିଲାସୂଚନାଯୋଗ୍ୟ ଏହି ସହଯୋଗ ଅଭିଯାନ ଆସନ୍ତା ମେ ପହିଲାଠାରୁ ପରୀକ୍ଷାମୂଳକ ଭାବେ ରାଜ୍ୟର ୧୩ଗୋଟି ଜିଲ୍ଲାରେ ଆରମ୍ଭ କରାଯିବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ