ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

 କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରଜିଲ୍ଲାସ୍ତରୀୟଜାତୀୟପଞ୍ଚାୟତିରାଜଦିବସସ୍ଥାନୀୟଅଡିଟୋରିୟମଠାରେପାଳନହୋଇଯାଇଛି।  ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗ ଦେଇ ନିଜ ଅଭିଭାଷଣରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନର ଗୁରୁତ୍ୱ ବଖାଣିଥିଲେ ପଞ୍ଚାୟତିରାଜର ମହତ୍ତ୍ଵ କେବଳ ପ୍ରଶାସନିକ ଢାଞ୍ଚା ମଧ୍ୟରେ ସୀମାବଦ୍ଧ ନୁହେଁ, ଏହା ବାହାରେ ମଧ୍ୟ ବିସ୍ତାରିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ ହେଲେ ଯାଇ ଏକ ଉନ୍ନତ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ । ଏହାକୁ ଭଲ ଭାବରେ ହୃଦୟଙ୍ଗମ କରି ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନ ଗ୍ରାମୀଣ ବିକାଶକୁ ସର୍ବାଧ‌ିକ ପ୍ରାଥମିକତା ଦେଉଥିବା ଓ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସର୍ବଦା ଉଦ୍ୟମ ଜାରି ରଖିଥିବା ଶ୍ରୀ ଖୁଣ୍ଟିଆ କହିଥିଲେ ।ଆହୁରି ମଧ୍ୟ ରାଜ୍ୟର ସମସ୍ତ ପରିବାରକୁ ପାଇପ୍ ଯୋଗେ ନିରାପଦ ପାନୀୟ ଜଳ ଯୋଗାଣ, କଚ୍ଚା ଘର ଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ଯୋଗାଣ ସମସ୍ତ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧ ଓ କର୍ମକର୍ତ୍ତାମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ସ୍ଵତନ୍ତ୍ର ରଣନୀତି ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ,ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ଵକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତି ବିଦ୍ୟାର ସହାୟତା, ଗ୍ରାମପଞ୍ଚାୟତ ସ୍ତରରେ ନିଜ ‌ ଆୟ ବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହେଉଥିବା ଶ୍ରୀ ସିଂଖୁଣ୍ଟିଆ ଉଲ୍ଲେଖ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ସମ୍ମାନନୀୟ ଅତିଥି କେନ୍ଦୁଝର ଲୋକସଭା ସାଂସଦ, ଶ୍ରୀ ଅନନ୍ତ ନାୟକ, କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଓ କେନ୍ଦୁଝର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।  କାର୍ଯ୍ୟକ୍ରମକୁ କେନ୍ଦୁଝର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିନୋଦ କୁମାର ପଣ୍ଡା ପରିଚାଳନା କରିଥିଲେ। ଏହି ଅବସରରେ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ସୂଚନାଯୋଗ୍ୟ, ପ୍ରତି ବର୍ଷ ଆଜିର ଦିନକୁ ସମଗ୍ର ଦେଶରେ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଭାବେ ପାଳନ କରାଯାଉଛି। ଶାସନ କ୍ଷମତାର ବିକେନ୍ଦ୍ରୀକରଣ କରି ତାହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ୧୯୯୨ ମସିହାରେ ସମ୍ବିଧାନର ୭୩ତମ ସଂଶୋଧନ ଅଣାଯାଇ ପଞ୍ଚାୟତିରାଜ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା।ତହିଁ ପରବର୍ଷ ଏପ୍ରିଲ ୨୪ ତାରିଖରେ ତାହା କାର୍ଯ୍ୟକାରୀ ହୋଇଥିଲା। ତେଣୁ ସେହି ଦିନକୁ ସ୍ମରଣ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ବ ଉପଲବ୍‌ଧି କରିବା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଏହି ଦିନ ବିଶେଷ କରି ଜାତୀୟ ସ୍ଥାନୀୟ ସ୍ବୟଂଶାସନ ଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଉତ୍ସବ ପାଳନର ପରିକଳ୍ପନା କରାଯାଇଛି ଓ ୨୦୧୦ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି ଏବଂ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଦିବସ ମହାସମାରୋହରେ ସମଗ୍ର ରାଜ୍ୟରେ ପାଳିତ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ