ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ

ବେତନଟୀ,(ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲାର ବେତନଟୀସ୍ଥିତ ପି.ଏମ୍. ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା ପ୍ରଧାନ ଶିକ୍ଷକ ଅର୍ଜୁନ ସିଂଙ୍କ ସଭାପତିତ୍ବରେ ପ୍ରତିଯୋଗିତା ଉତ୍ସାହ, ଉଦ୍ଦୀପନା ଓ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଶିକ୍ଷକ ପ୍ରକାଶ କୁମାର ଗିରି ଅତିଥି ପରିଚୟ କରାଇଥିଲେ। ଶିକ୍ଷକ ରାଜକମଲ୍ ସାଥୁଆ ବେଦମନ୍ତ୍ର ପାଠ କରିଥିଲେ ।
ଉଦ୍‌ଘାଟନୀ ସମାରୋହରେ ବଡ଼ସାହି ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ଶ୍ରୀ ସନାତନ ବିଜୁଳି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ର ଓ ସଂସଦୀୟ ବ୍ୟବସ୍ଥାର ଗୁରୁତ୍ୱ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଓ ନାଗରିକତାବୋଧର ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଶଶିଧର ସିଂହ, ବେତନଟୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବିପ୍ଳବ କର, ଶ୍ରୀମତୀ ତରୁଲତା ନାଏକ (ପ୍ରଧାନଶିକ୍ଷୟିତ୍ରୀ ତଥା ବି.ଇ.ଓ.), ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଏବଂ ବିଦ୍ୟାଳୟର ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀ ଜୟନ୍ତ କୁମାର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।

ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ଭାରତୀୟ ସଂସଦୀୟ ଗଣତନ୍ତ୍ରର କାର୍ଯ୍ୟପ୍ରଣାଳୀ, ଆଲୋଚନା, ବିତର୍କ, ନିୟମାବଳୀ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ମଡେଲ୍ ସଂସଦ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଂସଦର କାର୍ଯ୍ୟଶୈଳୀ, ଜନସମସ୍ୟା ଉପସ୍ଥାପନ ଏବଂ ଯୁକ୍ତିଯୁକ୍ତ ଆଲୋଚନାର ଗୁରୁତ୍ୱ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଆହରଣ କରିଥିଲେ।

ପ୍ରତିଯୋଗିତାର ଫଳାଫଳ ଘୋଷଣା ଅବସରରେ ନିମ୍ନଲିଖିତ ବିଦ୍ୟାଳୟଗୁଡ଼ିକ ପୁରସ୍କାର ହାସଲ କରିଥିଲେ।

ପୁରସ୍କାର ବିଜେତା ବିଦ୍ୟାଳୟ:

୧. ପ୍ରଥମ ପୁରସ୍କାର: ପି.ଏମ୍. ଶ୍ରୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବେତନଟୀ।

୨. ଦ୍ୱିତୀୟ ପୁରସ୍କାର: ପି.ଏମ୍. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କରଞ୍ଜିଆ।

୩. ତୃତୀୟ ପୁରସ୍କାର: ପି.ଏମ୍. ଶ୍ରୀ ଏମ୍.କେ.ସି. ଉଚ୍ଚ ବିଦ୍ୟାଳୟ, ବାରିପଦା।

ଏହି ପ୍ରତିଯୋଗିତାରେ ପି.ଏମ୍. ଶ୍ରୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବେତନଟୀର ଛାତ୍ରୀ ସୁଭାସିନୀ କିସ୍କୁ ନିଜର ଉତ୍କୃଷ୍ଟ ପ୍ରଦର୍ଶନ, ଆତ୍ମବିଶ୍ୱାସ, ଉପସ୍ଥାପନା ଶୈଳୀ ଓ ଯୁକ୍ତିପୂର୍ଣ୍ଣ ବକ୍ତବ୍ୟ ମାଧ୍ୟମରେ ବିଦ୍ୟାଳୟକୁ ପ୍ରଥମ ସ୍ଥାନ ହାସଲ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।
ଏଥିସହିତ ପି.ଏମ୍. ଶ୍ରୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବେତନଟୀର ଛାତ୍ରୀ ସୁଭାସିନୀ କିସ୍କୁ ଏବଂ ପି.ଏମ୍. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କରଞ୍ଜିଆର ଛାତ୍ରୀ ସାୟନ୍ସୀ ରାଜ ମହାନ୍ତି ନିଜର ଉତ୍କୃଷ୍ଟ ପ୍ରତିଭା ଓ ପ୍ରଦର୍ଶନ ଆଧାରରେ ରାଜ୍ୟସ୍ତରୀୟ ମଡେଲ୍ ୟୁନାଇଟେଡ୍ ନେସନ୍ସ ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଉଦ୍‌ଯାପନୀ ସମାରୋହରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶ୍ୱନାଥ ହେମ୍ବ୍ରମ ମୁଖ୍ୟ ବକ୍ତା ଏବଂ ମନୋଜ କୁମାର ଶର୍ମା (ପ୍ଲାନିଂ କୋର୍ଡିନେଟର) ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କୃତୀ ପ୍ରତିଯୋଗୀ ଓ ବିଜେତା ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ, ଶୃଙ୍ଖଳା, ନେତୃତ୍ୱ ଓ ଦେଶ ଗଠନରେ ସକ୍ରିୟ ଭାଗୀଦାର ହେବା ପାଇଁ ପ୍ରେରଣା ଦେଇଥିଲେ। ସୁଭାସିନୀ କିସ୍କୁଙ୍କ ଏହି ସଫଳତା ଏବଂ ରାଜ୍ୟସ୍ତରକୁ ମନୋନୟନ ବିଦ୍ୟାଳୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ସାୟନ୍ସୀ ରାଜ ମହାନ୍ତିଙ୍କ ସଫଳତା ମଧ୍ୟ ଜିଲ୍ଲାର ଶିକ୍ଷାଜଗତ ପାଇଁ ଏକ ଗୌରବମୟ ଉପଲବ୍ଧି। ଏହିପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ବକ୍ତୃତା ଦକ୍ଷତା, ନିଷ୍ପତ୍ତି ଗ୍ରହଣ କ୍ଷମତା ଓ ଗଣତାନ୍ତ୍ରିକ ଚେତନାର ବିକାଶରେ ସହାୟକ ହେବା ସହ ଭବିଷ୍ୟତରେ ଜଣେ ଦାୟିତ୍ୱବାନ ନାଗରିକ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପରିଶେଷ ରେ ଶିକ୍ଷୟତ୍ରୀ ଇତିଶ୍ରୀ ମନ୍ତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ଯକ୍ରମ ରେ ଶିକ୍ଷୟତ୍ରୀ ଇତିଶ୍ରୀ ମନ୍ତ୍ରୀ, ଶିକ୍ଷକ ହେମନ୍ତ କୁମାର ଦାସ୍,ଶିକ୍ଷୟତ୍ରୀ ମୌସୁମୀ ମଣ୍ଡଳ,ଶିକ୍ଷକ ପ୍ରକାଶ କୁମାର୍ ଗିରି,ଶିକ୍ଷୟତ୍ରୀ କାପୁରା ସୋରେନ୍, ମନସ୍ଵିନୀ ପଟ୍ଟନାୟକ, ଯାଜ୍ଞସେନୀ ବେହେରା, ଶିକ୍ଷକ ଅମରଜ୍ୟୋତି ସ୍ୱାଇଁ, ଶିକ୍ଷୟତ୍ରୀ ଗାୟତ୍ରୀ ରାଉତ, ଶିକ୍ଷକ ରାଜକମଲ ସାତୁଆ, ଅଜୟ କୁମାର ବାରିକ୍, ସୌରଭ ନନ୍ଦ, ସୁନିଲ୍ କୁମାର୍ ସାହୁ,ତାପସ କୁମାର୍ ବାରିକ୍ , ଅଣଶିକ୍ଷା କର୍ମଚାରୀ ଖଗେନ୍ ଚନ୍ଦ୍ର ମହାନ୍ତ, ହୃଷିକେଶ ମହାପାତ୍ର,ହିତେଶ କୁମାର ଗନ୍ତାୟତ ପ୍ରମୁଖ ଅଂଶ ଗ୍ରହଣ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ