୫ମ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଗାଙ୍ଗପୁର,(ସନ୍ତୋଷ କୁମାର ମହାରଣା):କେନ୍ଦୂପଦର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାବର୍ଷ ୨୦୨୬-୨ ୭ର ପଞ୍ଚମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି! ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରଧାନ ଓ ସିଆରସିସି ରଞ୍ଜିତା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ! ବୈଠକରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ପ୍ରଥମ ସମାପ୍ତି ସୂଚକ ଆକଳନ ଉପରେ ସମୀକ୍ଷା, ମୌଳିକ ସଂଖ୍ୟା ଜ୍ଞାନ ଆହରଣ, ପଠନ ଦକ୍ଷତାର ବିକାଶ, ଓ ଏକାଠି କରିବା ବାଣ୍ଟିବା, ଶିକ୍ଷଣ ସୋପାନ ରେଜିଷ୍ଟର ର ତଥ୍ୟ ବିଶ୍ଳେଷଣ, ପ୍ରୟାସ ଶିକ୍ଷଣ ସୋପାନ ତଥ୍ୟ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଫଳାଫଳ ଟ୍ରାକରରେ ପୂରଣ ଓ ଶିକ୍ଷଣ ଅଭିବୃଦ୍ଧି ଆଦି ଆଜିର ଆଲୋଚ୍ୟ ବିଷୟ ବସ୍ତୁ ଉପରେ ସମୀକ୍ଷା କରି ଆଲୋଚନା କରାଯାଇଥିଲା! ବୈଠକରେ ପ୍ରଧାନଶିକ୍ଷକ ଜୟରାମ ବେହେରା, ଅଳକା ପଣ୍ଡା, ରିତା ବେହେରା, ବଂଶିଧର ପରିଡ଼ା, ବସନ୍ତ ପାତ୍ର ପ୍ରମୁଖ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ତଥ୍ୟ ମାଧ୍ୟମରେ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଭାବେ ଆଲୋଚନା ରେ ସ କ୍ରୀୟ ଅଂଶ ଗ୍ରହଣ କରିଥିଲେ! ସହକା ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନକମଧ୍ୟରେ ମେଘନାଦ ଦଳବେହେରା, ପର୍ଶୁରାମ ଖର, ଟୁକୁନା ଜେନା,ଗୀତାଞ୍ଜଳୀ ଦାସ, ପୁଷ୍ପାଞ୍ଜଳି ବେହେରା, ସୂଜିତା ବିଶୋଇ, ସଙ୍ଗୀତ ମଞ୍ଜରୀ ଶତପଥୀ, ସଙ୍ଗୀତ ପ୍ରଧାନ, ମମତା ସ୍ଵାଇଁ, ବନ୍ଦନା ମହାରଣା, ପ୍ରିୟଙ୍କା ପଣ୍ଡା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ! ସମ୍ବଳ ଶିକ୍ଷକ ମନୋଜ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ର ପ୍ରାରମ୍ଭ ରୁ ସମାପ୍ତି ପର୍ଯ୍ୟନ୍ତ ସମସ୍ତ ପ୍ରକାର ଶିକ୍ଷଣ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଭାବେ ପରିବେଷଣ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେଣୀ କକ୍ଷରେ ଯେମିତି ଶତ ପ୍ରତିଶତ ପ୍ରୟୋଗ ହୋଇ ପିଲାଙ୍କ କାର୍ଯ୍ୟକ୍ରମ ଉଚ୍ଚକୋଟୀର ହୋଇ ପାରିବ ସେ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ! ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଟୁକୁନା ଜେନା ଧନ୍ୟବାଦ୍ ଦେଇଥିଲେ!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ