ଜିଲ୍ଲାସ୍ତରୀୟ ଏକଦିନିକିଆ ସଚେତନତା ଓ କ୍ଷମତାନିର୍ମାଣ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା): ସମାଜରେ ଶିଶୁମାନଙ୍କ ପ୍ରତି ଯୌନ ଶୋଷଣ ରୋକିବା ଏବଂ କିଶୋରଙ୍କ ଯତ୍ନ ଓ ସୁରକ୍ଷା ବୃଦ୍ଧି ପାଇଁ, “ଶିଶୁମାନଙ୍କର ଯୌନ ଶୋଷଣ ସୁରକ୍ଷା ଅଧିନିୟମ – ୨୦୧୨ (POCSO)” ଏବଂ “କିଶୋର ନ୍ୟାୟ (ଯତ୍ନ ଓ ସୁରକ୍ଷା) ଅଧିନିୟମ -୨୦୧୫ ” ବିଷୟରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଲା। ଉକ୍ତ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ ଅଡିଟୋରିୟମ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU) ଦ୍ୱାରା ଆୟୋଜିତ ହୋଇଥିଲା। ଉପ ଜିଲ୍ଲାପାଳ ,ନୀଳଗିରି ମଧୁସ୍ମିତା ସାମନ୍ତରାୟ ଙ୍କ  କରକମଳା ରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯାଇଥିଲା। କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଡି ସି ପି ଓ,  ଶ୍ରୀ ଖୁସିରାମ ଗାହିର୍ କରିଥିଲେ ଏବଂ ସେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସମ୍ପ୍ରତିକ ଶିଶୁ ସୁରକ୍ଷା ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ମହାନ୍ତି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା ,  ଅତିରିକ୍ତ ଜିଲ୍ଲା  ମଙ୍ଗଳ ଅଧିକାରୀ ଦେବାଶିଷ ସ୍ୱାଇଁ , DALSA ପ୍ରତିନିଧି ନଟଗୋପାଳ ପଣ୍ଡା , ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ ଯାଦବେଶ ମିଶ୍ର,ଗୋପମୁଦ୍ରା ମହାପାତ୍ର , ଅଧ୍ୟକ୍ଷା ,ବି ଡି ଏନ୍ ଏସ ପ୍ରମୁଖ ମଞ୍ଚାସିନ ଥିଲେ। ଏଥି ସହିତ ଚାଇଲ୍ଡ କେୟାର ସଂସ୍ଥାନ  ଅଧିକାରୀ,  ମିଡିଆ ଓ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ସେମାନଙ୍କର ଉପସ୍ଥିତି କର୍ମଶାଳାକୁ ଅଧିକ ସଫଳ କରିଥିଲା। ଜିଲ୍ଲାର ପ୍ରାୟ ୮୦ ଜଣ ପୋଲିସ କର୍ମଚାରୀ/ ଏସ ଯେ ପି ୟୁ ( ରାଜ୍ୟ ଯୁଭେନାଇଲ ପୋଲିସ ୟୁନିଟ) , ସି ଏଚ ଏଲ ( ଚାଇଲ୍ଡ ହେଲ୍ପ ଲାଇନ) କର୍ମଚାରୀ ଏବଂ ସି ସି ଆଇ କାର୍ଯ୍ୟକର୍ତ୍ତା ଏହି ତାଲିମରେ ଅଂଶଗ୍ରହଣ କରିଥିଲେ। ଏହି  କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ  ଥିଲା-ପୋସ୍କୋ , ଜୁଭେଲାଇଲ ଜଷ୍ଟିସ ଆଇନ, ପି ସି ଏମ ଏ ଆଇନ ଓ ଶିଶୁ ଶ୍ରମ ବିଷୟରେ ଆଇନଗତ ଶିକ୍ଷା ପ୍ରଦାନ କରିବା।ଶିଶୁ-ସମ୍ବେଦନଶୀଳ ପ୍ରକ୍ରିୟାର ଅବଲମ୍ବନ ଦୁର୍ବଳ ଶିଶୁମାନଙ୍କ ସୁରକ୍ଷା, ଯତ୍ନ ଓ ପ୍ରତିରକ୍ଷାରେ ଅନ୍ୟ ବିଭାଗ ମାନଙ୍କର  ସମନ୍ୱୟ ବୃଦ୍ଧି । ଜିଲ୍ଲା ପ୍ରଶାସନର ପକ୍ଷରୁ ଏହି ପଦକ୍ଷେପ ଶିଶୁ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ। ସଚେତନତା, କ୍ଷମତା ବୃଦ୍ଧି ଓ ସମନ୍ୱୟ ମାଧ୍ୟମରେ ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ସଶକ୍ତ ଏବଂ ସୁସମ୍ବଳିତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରହିଛ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ