ସାରର ସୁଗମ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ଛତ୍ରପୁର,(ଓ୍ବାଇଏନଏସ):   ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ  ଜିଲ୍ଲା ରେ ସାରର ସୁଗମ ଯୋଗାଣ ଓ ବିକ୍ରମ ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଚାଷୀ ମାନଂକୁ ସୁଚାରୁ ରୂପେ ସାର ଯୋଗାଇବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି, ଏହା ସହିତ  ବିକ୍ରୟ କେନ୍ଦ୍ର(ଘରୋଇ ) ଗୁଡିକରେ ସରକାରୀ ନିର୍ଧାରିତ ମୂଲ୍ୟ ରେ ସାର ପ୍ରଦାନ କରିବାକୁ କୁହାଯାଇଛି, ଏହା ସହିତ ଯେଉଁ ଚାଷୀମାନେ ସାର ପାଇଁ ନାହାନ୍ତି ସେମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେବାକୁ କୁହାଯାଇଛି, ଯେଉଁ ପ୍ୟାକସ କିମ୍ବା ବିକ୍ରୟ କେନ୍ଦ୍ର ଗୁଡିକ ରେ ଅଧିକ ସାର ଗଛିତ ଅଛି, ଆବଶ୍ୟକ ପଡିଲେ ଅନ୍ୟ ପ୍ୟାକସ କିମ୍ବା ବିକ୍ରୟ କେନ୍ଦ୍ର କୁ ଟ୍ୟାଗ କରାଯିବ, ସମବାୟ ଓ କୃଷି ବିଭାଗର ସମନ୍ୱୟ ରଖି ଚାଷୀ ମାନଙ୍କୁ ଉପଯୁକ୍ତ ଭାବେ ସାର ପ୍ରଦାନ ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଉଛନ୍ତି, ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଆହୁରି ଅଧିକା ସାର ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି, ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଭାରପ୍ରାପ୍ତ ଡିଆରସିଏସ ( ଜିଲ୍ଲା ଉପ ନିବନ୍ଧକ ସମବାୟ ସମିତି ସମୂହ )ଯୋଗମାୟା ସାବତ, ଜିଲ୍ଲା ମୁଖ୍ୟ କୃଷି  ଅଧିକାରୀ ଅଜୟ କୁମାର କର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ