ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲାପାଳ ଭି.କିର୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଜମି ଯୋଗେଇ ଦିଆଯିବ,ତେଣୁ ଜିଲାରେ କେତେ ସଂଖ୍ୟକ ଭୂମିହୀନ ପରିବାର ରହିଛନ୍ତି ତାହା ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏହିପରିପେକ୍ଷିରେ ପ୍ରଥମ ପ୍ରର୍ଯ୍ୟାୟରେ ୮୨୬ ଜଣ ଭୂମିହୀନ ଚିହ୍ନଟ ହୋଇ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି ବଳକା ୫୭୦ ଜଣ ଙ୍କୁ ମଧ୍ୟ ତୁରନ୍ତ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।  ୧୧୮ଟି ପଡା ଗାଁ ରୁ ରାଜସ୍ୱ ଗ୍ରାମରେ ପରିଣତ ହେବେ । ଏନେଇ ରାଜ୍ୟ ରାଜସ୍ୱ ପ୍ରଶଦ ପକ୍ଷରୁ ଅନୁମତି ମିଳିଯାଇଛି ତେଣୁ ତହସିଲଦାରମାନେ ଏହାକୁ ଭୁଲେକ ଅପଡେସନ କରିବାକୁ କୁହାଯାଇଛି । ୩୫ ହଜାର ଗ୍ରାମକଣ୍ଠକ ପଟ୍ଟା ଫଇସଲା କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବେବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା । ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି । ଜିଲାରେ ୯୧୫ ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ୪୩୬ଟି ଉଚ୍ଚ ବିଦ୍ୟାଳୟ ଓ ୩୫ଟି ଡିଗ୍ରୀ କଲେଜକୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ବଳକା ରହିଥିବା ଅନ୍ୟ ସବୁ ସରକାରୀ ବିଦ୍ୟାଳୟ ଗୁଡିକ ପଟ୍ଟା ପ୍ରଦାନ କରାଯିବ ।  କଲମ ୨ରେ ଆରଓଆର ପରିବର୍ତନ ପାଇଁ ୯୬୧୦୭ ଟି ମଧ୍ୟରୁ ୬୦୫୯୯ଟି ପରିବର୍ତନ ହୋଇଥିବା ବେଳେ ଅନ୍ୟ ଗୁଡିକ କରିବାକୁ କୁହାଯାଇଛି । ଜିଲାରେ ବେଆଇନ ଭାବେ ବାଲି, ପଥର,ମରମ ଆଦି ବିଭିନ୍ନ ଖଣିଜ ସାମଗ୍ରୀ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଛି ତେଣୁ ଖଣି ବିଭାଗ ଏହାକୁ ରୋକିବା ନେଇ ଏକ ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି ।  ସେହିପରି ସଡକ ଦୃର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓ ଙ୍କ ପକ୍ଷରୁ ଅଧିକରୁ ଅଧିକ ଏନଫୋସମେଂଟ କରିବାକୁ କୁହାଯାଇଥିଲା । ବିଶେଷକରି ଜାତୀୟ ରାଜପଥ, ସହରାଚଂଳ,ସ୍କୁଲ ବସ ଆଦି ସ୍ଥାନରେ କଡାକଡି ଚେକିଂ ପାଇଁ ଆରଟିଓ ଙ୍କୁ କୁହାଯାଇଛି । ମାପ ଓ ଓଜନ ବିଭାଗ କୁ ମଧ୍ୟ ଚଢାଉ କରିବାକୁ ନିର୍ଦ୍ଦୈଶ ଦିଆଯାଇଛି । ଯେଉଁ ସବୁ ବିଭାଗକୁ ରାଜସ୍ୱ ଆଦୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି ତାହା ପୁରୁଣ କରିବାକୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଦେବଦତ ପଣ୍ଡା, ବ୍ରହ୍ମପୁର ଅଭିନାଶ କୁମାର,ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ସମେତ  ସମସ୍ତ ତହସିଲଦାର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ