ଡିଏମଏଫ୍ ଉଦ୍ୟମୀ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ହାଟଡ଼ିହି (ଓ୍ବାଇଏନଏସ): ଡିଏମଏଫ୍ ଉଦ୍ୟମୀ ସଚେତନତା ରଥ ପରିକ୍ରମା ର ଶୁଭାରମ୍ଭ ହୋଇଯାଇଛି। ବ୍ଲକରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ସହିତ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ହାଟଡିହି ବ୍ଲକ ଅଫିସ ପ୍ରାଙ୍ଗଣରୁ ଏହାର ଶୁଭାରମ୍ଭ କରାଯାଇଥିଲା।  ହାଟଡିହି ବ୍ଲକର ବିଡିଓ ରଞ୍ଜନ କୁମାର ପରିଡା ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଏଲଏମ ଅଧିକାରୀ ବିଶ୍ୱଭୂଷଣ କର , ଜିଡ଼ିପିଓ ଦେବଜ୍ୟୋତି, ଅନୁଷ୍ଠାନ ପକ୍ଷରୁ  ବିପିଓ ନିହାର ଦାସ , ଉଦ୍ୟମୀ ସାଥୀ ସତ୍ୟବ୍ରତ ଜେନା ଓ ସୁଭାଦ୍ରୀ ବାଲିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ମାଧ୍ୟମରେ ସ୍ୱୟଂରୋଜଗାର ସୁଯୋଗ, ବିଭିନ୍ନ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ବିଷୟରେ ଲୋକମାନଙ୍କୁ ସୂଚନା ପ୍ରଦାନ କରାଯାଉଛି। ଏହି ରଥ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି  ଗ୍ରାମୀଣ ଯୁବପିଢିଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ