ଡ. ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ

ବାଲେଶ୍ୱର(ସରୋଜ ପଣ୍ଡା): ସମ୍ବିଧାନ ପ୍ରଣେତା, ଭାରତରତ୍ନ ଡ. ବାବାସାହେବ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଲେଶ୍ୱର କେନ୍ଦ୍ର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୋଲିସ୍‌ଲାଇନ୍ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଐଶ୍ୱର୍ଯ୍ୟା ସାମନ୍ତ, ମୁଖ୍ୟବକ୍ତା ବରିଷ୍ଠ ଆଇନଜୀବୀ ଶରତଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ବରିଷ୍ଠ ଓକିଲ ପୁରୁଷୋତ୍ତମ ବିଶ୍ୱାଳ ଏବଂ ପ୍ରତିଷ୍ଠାନର ସମସ୍ତ ସଦସ୍ୟମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରତିଷ୍ଠାନର ଆବାହକ ଜିତେନ୍ଦ୍ର ଉପାଧ୍ୟାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟତମ ଆବାହକ ମହମ୍ମଦ ଇସ୍‌ଲାମ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ବିଧାନ ପ୍ରଣୟନ ସଭାର ମୁଖ୍ୟବିନ୍ଧାଣୀ ଡ. ଆମ୍ବେଦକରଙ୍କ ବଳିଷ୍ଠ ଅବଦାନ ହେତୁ ଆମେ ଏକ ସୁସ୍ଥ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ମଧ୍ୟରେ ଦେଶର ସମସ୍ତ ବର୍ଗଙ୍କ ହିତ ନିମନ୍ତେ ସମ୍ବିଧାନର ମାର୍ଗଦର୍ଶନ ଅନୁଯାୟୀ ପ୍ରଗତିପଥରେ ଆଗେଇ ଚାଲିଛୁ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ଆବାହକ ପ୍ରତିମା ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ସଦସ୍ୟ କବିତାରାଣୀ ଦାସ, ସାକିଲା ବାନୋ, ସରସ୍ୱତୀ ପଣ୍ଡା, ସଂଯୁକ୍ତା ବେହେରା, ସୂର୍ଯ୍ୟକାନ୍ତ କର, ସେକ୍ ଅସଗର, ପ୍ରଣିତା ପଣ୍ଡା, ଦୀପକ ଦାସ, ବେଣୁଧର ସାହୁ, ଦେବେନ୍ଦ୍ର କୁମାର ମାଝୀ, ପ୍ରଜ୍ଞା ପାରମିତା ବିଶ୍ୱାଳ, ବନମାଳୀ ଓଝା, ଦାମୋଦର ନାୟକ, ନିରଞ୍ଜନ ପରିଡ଼ା, ଶ୍ୟାମସୁନ୍ଦର ଜେନା, ଉର୍ମିଳା ମାଝୀ, ସତ୍ୟେନ୍ଦ୍ର କୁମାର ଦାସ, ଜିତେନ୍ଦ୍ର ଦତ୍ତ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଅର୍ଚ୍ଚନା ନନ୍ଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ