ଋତୁସ୍ରାବ ଜନିତ ପରିଚ୍ଛନ୍ନତା ସମ୍ପର୍କରେ ଚିତ୍ରାଙ୍କନ କର୍ମଶାଳା

 ବାଲେଶ୍ବର(ସରୋଜ ପଣ୍ଡା): ୟୁନିସେଫ,ୟୁଥ୍ ଫର୍ ୱାଟର ପ୍ଲସ ଓ ମେ ଆଇ ହେଲ୍ପ ୟୁ ପକ୍ଷରୁ ଋତୁସ୍ରାବ ଜନିତ ପରିଚ୍ଛନ୍ନତା ସମ୍ପର୍କରେ ଏକ ଚିତ୍ରାଙ୍କନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡା ଅସିତ୍ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାସିକ ଋତୁସ୍ରାବ ସମୟରେ କିଶୋରୀ ଓ  ମହିଳା ମାନେ ପରିଚ୍ଛନ୍ନତା ଅବଲମ୍ବନ କରିବା ସହ ନିୟମିତ ପ୍ୟାଡ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଚିତ୍ର ଶିଳ୍ପୀ ମରୁତ କୁମାର ରାଉତ ଏହି ବିଷୟରେ ଚିତ୍ରାଙ୍କନ ସମ୍ପର୍କରେ ଆବଶ୍ୟକୀୟ ସୂଚନା ଦେଇଥିଲେ। ୟୁଥ୍ ଫର୍ ୱାଟର ପ୍ଲସ ର ଶୁଭ୍ର ସ୍ମିତା ମହାନ୍ତି ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ।ଏହି କର୍ମଶାଳାରେ ୨୫  ଜଣ ଛାତ୍ରୀ ଭାଗ ନେଇ ଋତୁସ୍ରାବ ପରିଚ୍ଛନ୍ନତା ସମ୍ପର୍କରେ କେନଭାସ ଚିତ୍ରାଙ୍କନ ପ୍ରସ୍ତୁତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ