ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ : ପାଣି ନପାଇ ଲୋକେ ଅସୁବିଧାର ସମ୍ମୁଖୀନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ବାଙ୍କତୀରା ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଂଯୋଗ କରିଥିବା ବିଦ୍ୟୁତ୍ ତାର ଗତ ୫ ମାସ ହେବ ଚୋରି ହୋଇଯାଇଥିବାରୁ ପ୍ରକଳ୍ପଟି ଅଚଳ ହୋଇପଡି ରହିଛି । ଫଳରେ ଲୋକ ମାନେ ପାଣି ନପାଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ରାଜ୍ୟ ସରକାର ବସୁଧା ଯୋଜନା ମାଧ୍ୟମରେ ପ୍ରତି ଗ୍ରାମର ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ନେଇ କୋଟି କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଛନ୍ତି । ମାତ୍ର ଏହି ପ୍ରକଳ୍ପ ଗୁଡିକ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ବହୁ ସ୍ଥାନରେ ଅଚଳ ହୋଇପଡିଥିବା ଦେଖାଯାଇଛି । କାଦବରାଙ୍ଗ ପଞ୍ଚାୟତ ବାଙ୍କତୀରା ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସଂଯୋଗ କରିଥିବା ବିଦ୍ୟୁତ୍ ତାର ଗତ ୫ ମାସ ହେବ ଚୋରି ହୋଇଯାଇଛି । ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ôଚତ ହୋଇଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚଓ ପମ୍ପ ଡ୍ରାଇଭର ଆଗରପଡା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଦ୍ୟୁତ୍ ତାର ସଂଯୋଗ କରାଯାଉନାହିଁ । ଫଳରେ ସରପଞ୍ଚ ତଅପୋଇ ସେଠୀ ଗତ ସୋମବାର ବନ୍ତ ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି ।


