ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଉଦଯାପିତ
ହାଟଡିହି (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ହାଟଡିହି ବ୍ଲକ୍ ପରିସରରେ ଦୀର୍ଘ ୫ଦିନ ଧରି ଚାଲିଥିବା ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ଆଜିର ଉଦଯାପନୀ ସମାରୋହରେ ବିଡିଓ ରଞ୍ଜନ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ସଚେତନ କରିଥିଲେ | ଏବିଡ଼ିଓ ରଶ୍ମିରେଖା ନାଇକ ମଞ୍ଚ ସଂଯୋଜନା କରିଥିବା ବେଳେ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ଼ ବଣ୍ଟନ କରିଥିଲେ । ଏଥିସହ ଆବାସ ହିତାଧିକାରୀଙ୍କ କାର୍ଯ୍ୟାଦେଶ, ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ, ନିର୍ମାଣ ଶ୍ରମିକଙ୍କୁ ଶ୍ରମକାର୍ଡ ବଣ୍ଟନ କରାଯାଇଥିଲା | ଏହି ଅବସରରେ ଅନେକ ପ୍ରତିଭା ଧାରୀ ସେମାନଙ୍କ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟାଲ ମାନ ଖୋଳାଯାଇ ଲୋକଙ୍କୁ ସଚେତନ କରାଯାଇ ଥିଲା। ହଜାରେରୁ ଉର୍ଦ୍ଧ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


