ନାବାଳିକା ଅସଦାଚରଣ ମାମଲା, ଆସାମୀକୁ ୩ ବର୍ଷ ଜେଲ

କେନ୍ଦ୍ରାପଡ଼ା (ଚିିତ୍ତ ରଞ୍ଜନ ଦାଶ):ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ସେସନ୍ସ ତଥା ପୋକ୍ସ କୋର୍ଟ ଆସାମୀ ମଳୟ କୁମାର ବେହେରାଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ଆସାମୀକୁ ୫ ହଜାର ଟଙ୍କା ଜୋରିମାନା ଦଣ୍ଡ ଦେଇଛନ୍ତି। ଜୋରିମାନା ଅନାଦେୟ ଆସାମୀ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ଭୋଗିବ ବୋଲି ବିଚାରପତି ପ୍ରଜ୍ଞା ପରମିତା ରାଉଳ ରାୟରେ ପ୍ରକାଶ କରିଛନ୍ତି। ମାମଲାରୁ ପ୍ରକାଶ ଯେ ୨୦୨୪ ମସିହା ନଭେମ୍ବର ୧ ତାରିଖରେ ମହାକାଳପଡ଼ା ଥାନା ଅଞ୍ଚଳରେ ଜନୈକ ନାବାଳିକାଙ୍କୁ କଟକ ଜିଲ୍ଲା ନିଆଳି କଣ୍ଟିସଲା ଗ୍ରାମର ମଳୟ କୁମାର ବେହେରା ନାମକ ଗାଡି ଚାଳକ ଅସଦାଚରଣ କରିଥିଲେ। ଏ ସଂପର୍କରେ ପିଡିତା ତାଙ୍କ ପିତାମାତା ଓ ସଂପର୍କୀୟ ମଉସାଙ୍କୁ ଅବଗତ କରାଇଥିଲେ। ନଭେମ୍ବର ୫ ତାରିଖରେ ପିଡିତାଙ୍କ ସଂପର୍କୀୟ ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ। ମହାକାଳପଡ଼ା ପୋଲିସ ଏକ ମାମଲା ରୁଜୁ କରି ଆସାମୀ ମଳୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରେ ଜିଆର କେସ ନଂ. ୮୮/୨୦୨୪ ରୁଜୁ କରାଯାଇ ମାମଲାର ବିଚାର ଚାଲିଥିଲା। ବିଚାରପତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନେହେରୁ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ